ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ଜନ୍ମତିଥିରେ ରୋଗୀଙ୍କୁ ଫଳ ବଣ୍ଟନ

ଭୁବନେଶ୍ବର: ଗୁରୁବାର ସତ୍‌ସଙ୍ଗର ଆଧ୍ୟାତ୍ମିକ ମୁଖ୍ୟ ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ୫୬ ତମ ଜନ୍ମତିଥି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ଏହି କ୍ରମରେ ଭୁବନେଶ୍ବରରେ ସତ୍‌ସଙ୍ଗୀ ସାମ୍ବାଦିକ ସାମ୍ମୁଖ୍ୟ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଫଳ ଏବଂ ବିସ୍କୁଟ ବିତରଣ କରାଯାଇଥିଲା। ମୁଖ୍ୟ ଅତିଥି ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଯୋଗଦେଇ ରୋଗୀମାନଙ୍କୁ ଫଳ ବାଣ୍ଟିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ଲାଇଭ୍‌ର ସିଇଓ ନୀଳାମ୍ବର ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ମୁଖ୍ୟର ଉଦ୍ୟମକୁ ପ୍ରଶଂସା କରିଥିଲେ। କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ ଓ ଉପଅଧୀକ୍ଷକ ଡା. ଧନଞ୍ଜୟ ଦାସ ପ୍ରମୁଖ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

ସତ୍‌ସଙ୍ଗର ସହପ୍ରତିଋତ୍ବିକ ବରିଷ୍ଠ ସାମ୍ବାଦିକ ଧୃତିକାମ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାଗବତ ତ୍ରିପାଠୀ, ଦୋଳଗୋବିନ୍ଦ ପଣ୍ଡା, ଶ୍ରୀକାନ୍ତ ସାହୁ, ବୀରଭଦ୍ର ବିଶ୍ବାଳ, ପ୍ରକାଶ ଚନ୍ଦ୍ର ସେଠୀ, ରୁଦ୍ରପ୍ରସାଦ ଜେନା ପ୍ରମୁଖ ସାମ୍ବାଦିକ ଏବଂ ସୁଧୀର ଜେନା, ଧନେଶ୍ବର ମହାରଣା, ନୀଳକଣ୍ଠ ସାହୁ, ପ୍ରଦୀପ ଦେହୁରି, ଶତ୍ରୁଜିତ ମହାନ୍ତି, ଭୃଗୁନାରାୟଣ ମହାରଣା, ଦୀପକ ପରିଡ଼ା ପ୍ରମୁଖ ସତ୍‌ସଙ୍ଗୀ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର