ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ଓ କମ୍ବଳ ବଣ୍ଟନ

ଭୁବନେଶ୍ବର: ଜାତୀୟ ଯୁବ ଦିବସ ଅବସରରେ ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଶୁଭ୍ରଜିତ୍‌ ପାଢ଼ୀଙ୍କ ନେତୃତ୍ବରେ ଦିବ୍ୟାଙ୍ଗମାନଙ୍କୁ ଟ୍ରାଇ ସାଇକେଲ୍‌ ଓ କମ୍ବଳ ବଣ୍ଟନ କରାଯାଇଛି। ବିଜେଡି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ତଥା ସାଧାରଣ ସମ୍ପାଦକ(ଯୁବ ଓ ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ତଥା ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି ସମରେଶ ବେଉରା, ଉପ ସଭାପତି ଧୃତି ରଂଜନ ମାର୍ଥା, ଜୋନ୍‌ ସଭାପତି ବିଜୟ କେତନ ସାହୁ ଜ୍ୟୋତ୍ସ୍ନାମୟୀ ପରିଡ଼ା, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ନାୟକ, ଅବିନାଶ ପ୍ରଧାନ, ସମ୍ପାଦକ ଆଲମ ଖାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର