ଦିବ୍ୟ ମହାକୁମ୍ଭ ମେଳା: ‘ବୈଜ୍ଞାନିକ ଓ ଇଂଜିନିୟର’ ବର୍ଗଙ୍କ ଉପରେ ଆଲୋଚନାଚକ୍ର

ଭୁବନେଶ୍ୱର: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ‘ଦିବ୍ୟ ମହାକୁମ୍ଭ’ ମେଳାର ଅଷ୍ଟମ ଦିନରେ ‘ବୈଜ୍ଞାନିକ ଓ ଇଂଜିନିୟର’ ବର୍ଗଙ୍କ ନିମନ୍ତେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଉରକେଲା ସବ୍‌ଜୋନ୍‌ର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ବିମଳା ଦିଦି, ଅନ୍ୟତମ ଅତିଥି ଭାବେ ଇଂ ଅଶୋକ ବସା, ଆଇଏଫ୍‌ଏସ୍‌ କେ. ମୁରୁଗେଶାନ୍‌, ଇଂ. ପ୍ରଭାକର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ରାଜଯୋଗିନୀ ବ୍ରହ୍ମାକୁମାରୀ ଅସ୍ମିତା ଭଉଣୀ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ। ବ୍ରହ୍ମାକୁମାରୀ ଗୀତା ଭଉଣୀ ଧନ୍ୟବାଦ ଦେଇଥିଲେ। ଏଥିରେ ବହୁସଂଖ୍ୟକ ବିଭିନ୍ନ ଧର୍ମସଂସ୍ଥାର ଭାଇ ଭଉଣୀ ଯୋଗଦାନ କରିଥିଲେ।

ସମ୍ବନ୍ଧିତ ଖବର