ଭୁବନେଶ୍ବର: ତୃତୀୟ ଦିବ୍ୟସିଂହ ଦେବ ଇଂରେଜଙ୍କ ବିରୋଧରେ ଲଢ଼େଇ କରି କଳାପାଣିରେ ଦଣ୍ଡିତ ହୋଇଥିଲେ। ପରେ ସେଠାରେ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିବା କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏହି ତଥ୍ୟ ତାଙ୍କ ସହ ଦଣ୍ଡିତ ହୋଇଥିବା ଜଣେ ମୁସଲମାନଙ୍କ ଲିଖିତ ପୁସ୍ତକରୁ ସେ ଜାଣିଛନ୍ତି। ଏହାସହ ଦୀର୍ଘ ଦୁଇ ବର୍ଷପରେ ରଥଯାତ୍ରାରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅନୁମତି ରହିଥିବାରୁ ସେ ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି। ଆଜି ଗୋପବନ୍ଧୁଙ୍କ ତିରୋଧାନ ଦିବସ ଅବସରରେ ଜୟଦେବ ଭବନ ପରିସରରେ ଆୟୋଜିତ ବିନୟ ମହାପାତ୍ରଙ୍କ ଦୁଇଟି ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗଜପତିି ଏହାଛନ୍ତି।
ଉନ୍ମୋଚିତ ପୁସ୍ତକ ଦୁଇଟି ହେଲା ‘ଭାରତର ସ୍ବାଧୀନତା ସଂଗ୍ରାମ’ ଓ ‘ଲୁହ ଲହୁର କାହାଣୀ କଳାପାଣି’। ଅନ୍ୟତମ ଅତିଥି ଭାବେ ରେଭେନ୍ସା ମହାବିଦ୍ୟାଳୟର କୁଳପତି ଏସ୍.କେ ନାୟକ, ସମ୍ମାନିତ ଅତିଥି ସାଂସଦ ସୁଲତା ଦେଓ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ପ୍ରମୁଖ ଉପସ୍ଥିତ ରହି ଲେଖକଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସ୍ବାଧୀନତା ସଂଗ୍ରାମୀଙ୍କ ବାବଦରେ ଅଧିକରୁ ଅଧିକ ତଥ୍ୟ ପ୍ରଚାର ପ୍ରସାର ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଆଇଏଏସ୍ ପାର୍ଥସାରଥୀ ମିଶ୍ର, ଆୟକର ବିଭାଗ କମିସନର ଶରତ ଚନ୍ଦ୍ର ଦାଶ ପ୍ରମୁଖ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ। ଶେଷରେ ପୁସ୍ତକଦ୍ବୟର ଲେଖକ ବିନୟ ମହାପାତ୍ର ନିଜର ଲେଖକୀୟ ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରକାଶକ ଦେବାଶିଷ ବେହେରା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ଓମ୍ ମହାପାତ୍ର ଓ ଲକ୍ଷ୍ମୀନାରାୟଣ ଅଗ୍ରୱାଲ ପରିଚାଳନା କରିଥିଲେ।