ଭୁବନେଶ୍ବର: ମାଲେସିଆ ଓଡ଼ିଆ କମ୍ୟୁନିଟି ପକ୍ଷରୁ କ୍ବାଲାଲମ୍ପୁରରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଦୀପାବଳି ଉତ୍ସବ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତର ବୈଦେଶିକ ସଂଯୁକ୍ତ ସଚିବ ନିଖିଳେଶ୍ ଗିରି ଓ ଅନ୍ୟତମ ଅତିଥି ଭାବେ ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀ ଯୋଗ ଦେଇ ମାଲେସିଆର ପ୍ରଥମ ଓଡ଼ିଆ ସ୍ମରଣିକା ‘ଅଭୀପ୍ସା’ ଉନ୍ମୋଚନ କରିଥିଲେ। ମାଲେସିଆରେ ରହୁଥିବା ଶତାଧିକ ପ୍ରବାସୀ ଓଡ଼ିଆଙ୍କ ସମେତ ଓଡ଼ିଶାର ଜଣାଶୁଣା କଳାକାରମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ। ଯୁବ କଳାକାରଙ୍କୁ ନେଇ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଣ୍ଠଶିଳ୍ପୀ ଶଶାଙ୍କ, ରୋଜାଲିନ୍, ଲୋପାମୁଦ୍ରାଙ୍କ ସୁମଧୁର ଓଡ଼ିଆ ଗୀତର ତାଳେ ତାଳେ ପ୍ରବାସୀ ଓଡ଼ିଆମାନେ ଝୁମିଥିଲେ। ଏହିପରି କାର୍ଯ୍ୟକ୍ରମ ମାଲେସିଆର ପ୍ରବାସୀ ଓଡ଼ିଆଙ୍କୁ ଉତ୍ସାହିତ କରିବା ସହ ମାତୃଭାଷା ପ୍ରତି ଭଲପାଇବାକୁ ସୁଦୃଢ଼ କରିବ ବୋଲି ମତ ପ୍ରକାଶ ପାଇଥିଲା। ଉତ୍ସବ ପରିଚାଳନାରେ କାର୍ଯ୍ୟକାରୀ କମିଟିର ସଭାପତି ଦୀପ୍ତି ରଞ୍ଜନ ନନ୍ଦ, ସେକ୍ରେଟାରି ସ୍ନିଗ୍ଧା ମିଶ୍ରଙ୍କ ସମେତ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ। ଉତ୍ସବକୁ ଆକର୍ଷଣୀୟ କରିବାରେ ସଞ୍ଜୟ ଦାସଙ୍କ କ୍ବାଲାଲମ୍ପୁର୍ସ୍ଥିତ ‘ଏସ୍ଡି ଗ୍ଲୋବାଲ୍’ କମ୍ପାନୀ ସହଯୋଗ କରିଥିଲା।
ମାଲେସିଆରେ ପ୍ରବାସୀ ଓଡ଼ିଆଙ୍କ ଦୀପାବଳି ଉତ୍ସବ ପାଳିତ
/sambad/media/post_attachments/wp-content/uploads/2019/11/fshg5fs4h56sf4h56sf7h498sfh465sf4h65sf4hsf654hsfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)