ଭୁବନେଶ୍ବର: ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ଭିନ୍ନ ମୋଡ଼ ଆସିଛି। ମୃତ୍ୟୁ ପଛରେ ବ୍ରେକ୍ଅପ୍ ଅନ୍ୟ ଏକ କାରଣ ହୋଇଥାଏ ପରେ ବୋଲି ପୁଲିସ ସନ୍ଦେହ କରୁଛି। ଆଉ ଏହି ବ୍ରେକ୍ଅପ୍ ଜିଜ୍ଞାସା ସହ ହୋଇଥିବା ପୁଲିସ ଜାଣିବାକୁ ପାଇଛି। ଆଜେକ୍ସର ଅନ୍ୟ ଜଣେ ବାନ୍ଧବୀ ସହ ସମ୍ପର୍କ ଥିବା ଜିଜ୍ଞାସା ଜାଣିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଜିଜ୍ଞାସା ଏବଂ ସେହି ବାନ୍ଧବୀ ଆଜେକ୍ସକୁ କନଫରେନ୍ସରେ ନେଇ ଏ ବାବଦରେ ଆଲୋଚନା ମଧ୍ୟ ହୋଇଥିବା ନେଇ ପୁଲିସ ପ୍ରମାଣ ପାଇଛି। ସେହି କନଫରେନ୍ସ କଲର ପ୍ରମାଣ ପୁଲିସ୍ ହାତରେ ଲାଗିଥିବା ପୁଲିସ କହୁଛି। ଏପରିକି ଜିଜ୍ଞାସା ଏବଂ ଅନ୍ୟ ଜଣେ ବାନ୍ଧବୀ ମଧ୍ୟରେ କଥାବାର୍ତ୍ତା କଲ ରେକର୍ଡ ମଧ୍ୟ ପୁଲିସ ପାଇଥିବା ସାମ୍ନାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ଜିଜ୍ଞାସାକୁ ପଚରାଉଚରା କରିବା ପରେ ସେ ଆଜେକ୍ସଠାରୁ ସଂପର୍କ ଛିନ୍ନ କରିଥିବା କଥା ପୁଲିସ ଆଗରେ ମାନିଥିବା ଜଣାପଡ଼ିଛି। ତେବେ ଡିଜିଟାଲ ପ୍ରମାଣ, ବୟାନ ସହ ବାନ୍ଧବୀ ଜିଜ୍ଞାଷାଙ୍କ କଥାବାର୍ତ୍ତାର ତାଳମେଳ ରହିଛି କି ନାହିଁ ତାକୁ ନେଇ ଖୋଳତାଡ ହେବ। ଏହାସହ ଅନ୍ୟ ଜଣେ ବାନ୍ଧବୀ , ଏବଂ ଅନ୍ୟ ଜଣେ ଯୁବକକୁ ପଚରା ଉଛରା କରିବ ପୁଲିସ।
ସେପଟେ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଜେକ୍ସାଙ୍କ ମା ଓ ଭଉଣୀ। ଘଟଣା ଶନିବାର ରାତିରୁ ଘଟିସାରିଥିବା ବେଳେ ଏଯାଏଁ ତାଙ୍କୁ ନ୍ୟାୟ ମିଳି ପାରିଲାନି ବୋଲି ଅଭିଯୋଗ କରିଛନ୍ତି। ଜିଜ୍ଞାସା ପୁଲିସ ଆଗରେ ଦେଉଥିବା ବୟାନ ମିଛ ବୋଲି କହିଛନ୍ତି ଆଜେକ୍ସାଙ୍କ ମାଆ। ପୁଅର ମୋବାଇଲ ଓ ଝିଅର ମୋବାଇଲ, ସିସିଟିଭିକୁ ଭଲ କରି ଯାଞ୍ଚ କଲେ ସତ ସାମ୍ନାକୁ ଆସିବ ବୋଲି ମାଆ ଓ ଭଉଣୀ କହିଛନ୍ତି।
ସେପଟେ ପୁଲିସ ଉକ୍ତ ମାମଲାରେ ଦୁଇଟି ଟିମ ଗଠନ କରି ତଦନ୍ତ କରୁଛି। ଗୋଟିଏ ଟିମ ଟେକ୍ନିକାଲ ପାର୍ଟ ତଦନ୍ତ କରୁଥିବା ବେଳେ ଅନ୍ୟ ଏକ ଟିମ୍ ପରିବାର ଲୋକ ଓ ବନ୍ଧୁ ବାନ୍ଧବମାନଙ୍କୁ ପଚରାଉଚରା କରୁଛନ୍ତି। ପୋଲିସ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଖୁବ ଶୀଘ୍ର ମାମଲାର ପର୍ଦାଫାସ ହେବ ବୋଲି କହିଛନ୍ତି ଏସିପି ମାନସ ଗଡ଼ନାୟକ।