ଧଉଳି : ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ଭୁବନେଶ୍ୱର - ପୁରୀ ଜାତୀୟ ରାଜପଥର ଏକଚାଳିଆଛକ ନିକଟରେ ଏକ କାର୍ ଧକ୍କାରେ ଜଣେ ଲାଇଟ୍ ଆଣ୍ଡ ସାଉଣ୍ଡ ତଥା ଡିଜେ ମାଲିକ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟବସାୟୀ ଜଣକ ହେଲେ ପିପିଲି ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମର ଗୁଣନିଧି ପ୍ରଧାନ (୪୦) । ଗୁଣନିଧିଙ୍କ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିବା ସହିତ ଗୋଟିଏ ଗୋଡ଼ ଭାଙ୍ଗିଯାଇଛି। ଏ ସଂପର୍କରେ ଖବର ପାଇ ଉତ୍ତରା ଫାଣ୍ଡି ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍ଟିକୁ ଜବତ କରିବା ସହ ଏହାର ଚାଳକଙ୍କୁ ଥାନାରେ ଅଟକ ରଖିଛି । ପ୍ରାପ୍ତ ସୂଚନାନୁଯାୟୀ ଉପରୋକ୍ତ କାର୍ (ନଂ ଓଡି୦୨ଜେ ୨୦୬୦)ଟି ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏହି ଜାତୀୟ ରାଜପଥ କଡ଼ରେ ଏକଚାଳିଆ ଗାଁ ପାର୍ଶ୍ୱକୁ ଯାଉଥିବା ଗୁଣନିଧିଙ୍କୁ ଧକ୍କା ଦେଇଥିଲା। ଫଳରେ ଗୁଣନିଧି ଗାଡ଼ିରୁ ଛିଟିକିପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ସେ ବେହୋସ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକ ତାଙ୍କୁ ତୁରନ୍ତ ଚିକିତ୍ସା ଲାଗି ଭୁବନେଶ୍ୱର ଲୁଇସ୍ରୋଡ଼ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବା ଜଣେ ଗ୍ରାମବାସୀ ସୂଚନା ଦେଇଛନ୍ତି । ଆସନ୍ତାକାଲି ଗିରଫ ଚାଳକକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।
କାର୍ ଧକ୍କାରେ ଡିଜେ ମାଲିକ ଗୁରୁତର
/sambad/media/post_attachments/wp-content/uploads/2018/02/sss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)