ଡି.ଏନ୍ ୱିସଡମ୍ ଟ୍ରି ଗ୍ଲୋବାଲ୍‌ ସ୍କୁଲ ଉଦ୍‌ଘାଟିତ

ଭୁବନେଶ୍ବର: ଚନ୍ଦକା ସୁନ୍ଦରପୁରସ୍ଥିତ ଡି.ଏନ୍‌ ୱିସଡମ୍‌ ଟ୍ରି ଗ୍ଲୋବାଲ୍‌ ସ୍କୁଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହାସହ ସ୍କୁଲ୍ କ୍ୟାମ୍ପସରେ ବୃକ୍ଷରୋପଣ କରିବା ସହ ସ୍କୁଲ୍ ଓ୍ବେବ୍‌ସାଇଟ୍‌କୁ ଲୋକାର୍ପଣ କରିଥିଲେ। ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ସଫଳତା ହାସଲ କରି ଆଗକୁ ବଢ଼ିବା ପାଇଁ କହିଥିଲେ।

କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ। ସ୍କୁଲ୍ ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ନାୟକ କହିଥିଲେ ଯେ ଏହି ସ୍କୁଲକୁ ସେ ତାଙ୍କ ବାପା ଦାଶରଥୀ ନାଏକଙ୍କ ସ୍ମୃତିରେ ସମର୍ପିତ କରିଛନ୍ତି। ଏଠାରେ ପ୍ରାକୃତିକ ପରିବେଶରେ ଉତ୍ତମ ପାଠପଢ଼ା ସହ ପିଲାଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ରହିଛି। ଏଥିସହ ଏହା ଭାରତର ଏକ ପ୍ରମୁଖ ଆବାସିକ ସ୍କୁଲ ମଧ୍ୟରୁ ଅନ୍ୟତମ ବୋଲି ସେ କହିଥିଲେ। ଡିଏନ୍ ୱିସଡମ୍ ଟ୍ରି ଗ୍ଲୋବାଲ୍ ସ୍କୁଲ ୨୦୧୮ ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ଏବେ ଏଠାରେ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାର ସୁଯୋଗ ପାଇବେ। କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର