କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ଓ ଆଟେଣ୍ଡାଣ୍ଟ କରୋନା ସଂକ୍ରମିତ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଆଜି ଜଣେ ଡାକ୍ତର ଓ ଆଟେଣ୍ଡାଣ୍ଟ କରୋନା ସଂକ୍ରମିତ ହୋଇଛନ୍ତି। ସଂପୃକ୍ତ ଡାକ୍ତରଜଣକ ଶିଶୁ‌ରୋଗ ବିଭାଗର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ହସ୍ପିଟାଲରେ ଏ ପର୍ଯ୍ୟନ୍ତ ୮ଜଣ ଡାକ୍ତର ସଂକ୍ରମିତ ହୋଇ ସାରିଲେଣି। ତେବେ ଆଟେଣ୍ଡାଣ୍ଟଜଣକ କେଉଁ ବିଭାଗରେ କାର୍ଯ୍ୟ କରୁଥିଲେ, ତାହା ସ୍ପଷ୍ଟ ହୋଇପାରି ନାହିଁ। ଡାକ୍ତର ସଂକ୍ରମିତ ଥିବା ଜଣାପଡ଼ିବା ପରେ ସଂପୃକ୍ତ ବିଭାଗକୁ ସାନିଟାଇଜ୍ କରାଯାଇଛି। କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ବହୁ ସଂଖ୍ୟାରେ କର୍ମଚାରୀ ସଂକ୍ରମିତ ହେବାରେ ଲାଗିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ହସ୍ପିଟାଲ କର୍ତୃପକ୍ଷଙ୍କ ସମ୍ଭବ ହେଉନାହିଁ।

ସମ୍ବନ୍ଧିତ ଖବର