ପୁରୁଣା ଭୁବନେଶ୍ୱର: ରାଜଧାନୀର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସରକାରୀ ଡାକ୍ତରଖାନା ବିଏମ୍ସି ହସ୍ପିଟାଲ୍ରେ ଡାକ୍ତର ସମସ୍ୟା ଦେଖାଦେଇଛି। ବାତ୍ୟା ପରେ ଏହି ଡାକ୍ତରଖାନାକୁ ଅଧିକ ରୋଗୀ ଆସୁଥିବା ବେଳେ ଅପରାହ୍ଣରେ କୌଣସି ଡାକ୍ତର ଆସୁନାହାନ୍ତି। ସେହିପରି କାଜୁଆଲିଟିରେ ବି ଡାକ୍ତରଙ୍କ ଚୌକି ଖାଲି ପଡ଼ୁଥିବା ଦେଖାଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଚିକିତ୍ସାଳୟ ସୁରକ୍ଷା କମିଟି ଉପସଭାପତି ମଦନ ମୋହନ ପ୍ରଧାନ କୁହନ୍ତି, ଅପରାହ୍ଣରେ ସବୁ ବିଭାଗର ଡାକ୍ତର ଆସିବା ନିୟମ ଥିବା ବେଳେ ଏବେ କେହି ଆସୁନାହାନ୍ତି। ଯାହା ଦ୍ବାରା ସାଧାରଣ ରୋଗୀ ହଇରାଣ ହେଉଛନ୍ତି। ତେବେ ହସ୍ପିଟାଲରେ ଅପରାହ୍ଣରେ ଅଧିକ ଭିଡ଼ ଦେଖିବାକୁ ମିଳୁଛି। ଏନେଇ ହସ୍ପିଟାଲ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ଗଣେଶ ପ୍ରସାଦ ଦାଶ କୁହନ୍ତି କାଜୁଆଲିଟି ୱାର୍ଡରେ ଏସି ନଥିବାରୁ ଡାକ୍ତର ୧୦ ନମ୍ବର ୱାର୍ଡରେ ବସୁଛନ୍ତି। ତେବେ ଅପରାହ୍ଣରେ ଡାକ୍ତର ଆସିବା ପାଇଁ ପଦକ୍ଷେପ ନିଆଯିବ।
ଅପରାହ୍ଣରେ ଆସୁ ନାହାନ୍ତି ଡାକ୍ତର, ବିଏମ୍ସି ଡାକ୍ତରଖାନା
/sambad/media/post_attachments/wp-content/uploads/2019/04/health.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)