ଏସ୍‌ସିବିରେ ‘୭୫ରେ ୭୫ କାର୍ଯ୍ୟକ୍ରମ’: ଡାକ୍ତରମାନେ ହେଲେ ପ୍ରକୃତ ହିରୋ

କଟକ: ଡାକ୍ତରମାନଙ୍କୁ ଭଗବାନଙ୍କ ସହ ତୁଳନା କରାଯାଏ। କେହି କେବେ ଭଗବାନଙ୍କୁ ଦେଖିନାହାନ୍ତି । ହେଲେ ଡାକ୍ତରରୂପୀ ଭଗବାନ ଆମ ସାମ୍ନାରେ ଛିଡ଼ା ହୁଅନ୍ତି, ଆମ ଦୁଃଖ ଶୁଣନ୍ତି ଓ ଆରୋଗ୍ୟ କରାଇ ପୁନଃଜୀବନର ପ୍ରତିଶ୍ରୁତି ଦିଅନ୍ତି। କରୋନା ମହାମାରୀ ତୃତୀୟ ବିଶ୍ୱଯୁଦ୍ଧ ସହ ସମାନ। ବିନା ଗୁଳି ବାରୁଦରେ ପୃଥିବୀ ଏକ ଅଦୃଶ୍ୟ ଯୁଦ୍ଧର ମୁକାବିଲା କରୁଥିଲା। ଏଥିରେ ଡାକ୍ତରମାନେ ହେଲେ ପ୍ରମୁଖ ଯୋଦ୍ଧା। କରୋନା ମହାମାରୀ ସମୟରେ ସେମାନଙ୍କୁ ପ୍ରକୃତ ହିରୋ ଭାବେ ଅନୁଭବ କରାଯାଇଛି ବୋଲି ଏସ୍‌ସିବି ମେଡିକାଲ କଲେଜର ପ୍ଲାଟିନମ ଜୁବୁଲି ପାଳନ ଅବସରରେ ଆୟୋଜିତ ‘୭୫ରେ ୭୫’ କାର୍ଯ୍ୟକ୍ରମରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ।

ଏସ୍‌ସିବିର ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ସମାଜ’ର ମୁଦ୍ରାକାର ଓ ପ୍ରକାଶକ ନିରଞ୍ଜନ ରଥ, ଟାଇମ୍‌ସ ଅଫ୍‌ ଇଣ୍ଡିଆର ଚିଫ୍‌ ବ୍ୟୁରୋ ଅଶୋକ ପ୍ରଧାନ, ‘ଜି ହିନ୍ଦୁସ୍ଥାନ ଏଣ୍ଡ ଡିଜିଟାଲ’ର ସମଶେର ସିଂ ପ୍ରମୁଖ ‌ଯୋଗ ଦେଇଥିଲେ। ଆଜିର କାର୍ଯ୍ୟକ୍ରମକୁ ପ୍ରଫେସର ଡାକ୍ତର ବନବିହାରୀ ମିଶ୍ର ଓ ପ୍ରଫେସର ଡାକ୍ତର ସିକଦା ନନ୍ଦ ସଂଯୋଜନା କରିଥିବାବେଳ ଡାକ୍ତର ଭୁବନାନନ୍ଦ ମହାରଣା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର