ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ରୁଦ୍ରପୁର ଗ୍ରାମରେ ଡେଙ୍ଗୁ ରୋଗରେ ଜଣେ ବ୍ୟକ୍ତି ଆକ୍ରାନ୍ତ ହେବା ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଛି। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ଭିବିଡି କନସଲଟାଣ୍ଟ ସ୍ମୃତିରଂଜନ ରାଉତଙ୍କ ନେତୃତ୍ବରେ ସ୍ବାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀମାନେ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଗତବର୍ଷ ମଧ୍ୟ ଗ୍ରାମରେ ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ। ପୁଣି ଏବର୍ଷ ଆଉ ଜଣେ ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ଗ୍ରାମବାସୀମାନେ ଚିନ୍ତାରେ ପଡ଼ିଛନ୍ତି। ବର୍ଷା ପାଣି ନିଷ୍କାସିତ ହୋଇ ନପାରିବା ଫଳରେ ଦୀର୍ଘ ଦିନ ଧରି ଉକ୍ତ ଗ୍ରାମ ପାଣି ଘେରରେ ରହୁଛି। ଏଭଳି ଅସ୍ବାସ୍ଥ୍ୟକର ପରିବେଶ ଡେଙ୍ଗୁର ବାହାକ ସାଜିଥିବା ଡାକ୍ତରଖାନାର ଜଣେ ଅଧିକାରୀ କହିଛନ୍ତି।
ଡେଙ୍ଗୁ ଆତଙ୍କ: ରୁଦ୍ରପୁରରେ ପହଞ୍ଚିଲେ ଡାକ୍ତରୀ ଦଳ
/sambad/media/post_attachments/wp-content/uploads/2019/08/dengue.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)