‘ଗାନ୍ଧୀ କଥା’ ଗବେଷକମାନଙ୍କ ପାଇଁ ଦସ୍ତାବିଜ: ନିରଞ୍ଜନ

ସ୍ବର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ୩ୟ ଶ୍ରାଦ୍ଧ ବାର୍ଷିକୀ

ଭୁବନେଶ୍ବର: ସ୍ବର୍ଗତ ଦୋଳଗୋବିନ୍ଦ ପ୍ରଧାନ ଜଣେ ନୀତିନିଷ୍ଠ ରାଜନେତା ଥିଲେ। ଗାନ୍ଧିଜୀଙ୍କ ନୀତି ଆଦର୍ଶକୁ ସେ ଶେଷ ନିଃଶ୍ବାସ ଯାଏ ପାଳନ କରୁଥିଲେ। ତାଙ୍କ ଲିଖିତ ‘ଗାନ୍ଧୀ କଥା’ ପୁସ୍ତକଟି ଗବେଷକମାନଙ୍କ ପାଇଁ ଏକ ଐତିହାସିକ ଦସ୍ତାବିଜ୍‌। କଂଗ୍ରେସ ସେବାଦଳ ପକ୍ଷରୁ ଗାନ୍ଧୀବାଦୀ ନେତା ସ୍ବର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ୩ୟ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। କଂଗ୍ରେସ ଭବନରେ ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ସ୍ବର୍ଗତ ପ୍ରଧାନଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରି ବକ୍ତାମାନେ ଏଭଳି ମତ ପୋଷଣ କରିଛନ୍ତି।

କାର୍ଯ୍ୟକ୍ରମକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରଫେସର ବୁଦ୍ଧଦେବ ମିଶ୍ର ଯୋଗ ଦେଇଥିଲେ। ସଂଗ୍ରାମୀ ଦୋଳଗୋବିନ୍ଦ ଜଣେ ଆଦର୍ଶ ପୁରୁଷ ଥିଲେ ବୋଲି ଶ୍ରୀ ମିଶ୍ର କହିଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ପ୍ରଦେଶ କଂଗ୍ରେସ ଉପସଭାପତି ଯଜ୍ଞେଶ୍ବର ମହାନ୍ତି, ଜ୍ଞାନଦେବ ବେହୁରା, ଶିକ୍ଷାବିତ୍ ଡ. ବଦ୍ରିନାଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ସେବାଦଳ ପାଇଁ ଜୀବନବ୍ୟାପି କାର୍ଯ୍ୟ କରିଥିବା ବାସୁଦେବ ପରିଡ଼ା, ରବୀନ୍ଦ୍ର କୁମାର ଦେବଶର୍ମା, ପୂର୍ବତନ ବିଧାୟକ ଚିନ୍ମୟ କୁମାର ବେହୁରା, ପୂର୍ବତନ ମନ୍ତ୍ରୀ ପରମା ପୂଜାରୀ, ଯୁଗଳ କିଶୋର ବେହେରା, ରାଜକିଶୋର ରାଉତ, ତୃପ୍ତି ଦାସ, ମଳୟ ମଞ୍ଜରୀ ରାୟ ମହାପାତ୍ର, ବିଜୟଲକ୍ଷ୍ମୀ ମହାପାତ୍ର, ଧୀରେନ୍‌ ଦାସ, ମାଧବଚନ୍ଦ୍ର ବିଶ୍ବାଳ, ଅଶୋକ କୁମାର ଷଡ଼ଙ୍ଗୀ, ଗୌରୀ ଶଙ୍କର ମହାପାତ୍ର, ମୂରଲି ମନୋହର ଯାଦବ, ପବିତ୍ର ମୋହନ ବେହେରା, ଡମ୍ବୁରଧର ଛତିଆ ଓ ଜୀବନ କୁମାର ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ସ୍ବର୍ଗତ ପ୍ରଧାନଙ୍କ ପରିବାର ପକ୍ଷରୁ ଦେବରାଜ ପ୍ରଧାନ, ପୁଷ୍ପରାଜ ପ୍ରଧାନ, ପୃଥୀରାଜ ପ୍ରଧାନ, ପ୍ରଜ୍ଞାରାଜ ପ୍ରଧାନ ଏବଂ ସମସ୍ତ ପ୍ରଦେଶ ସେବାଦଳର କର୍ମକର୍ତ୍ତା, ଜିଲ୍ଲା ସଂଗଠକ ଓ ଜିଲ୍ଲା ମହିଳା ସଂଗଠିକା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପାତ୍ରପଡ଼ା ସ୍ଥିତ ସ୍ମୃତିଭବନ ଠାରେ ବୃକ୍ଷ ପୂଜା ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର