ପରିବେଷିତ ହେଲା କଣ୍ଢେଇ ଓ ପଶୁମୁଖା ନାଟ

ଭୁବନେଶ୍ବର: ସହର ପ୍ରାଙ୍ଗଣରେ ଗ୍ରାମ୍ୟ ଜୀବନୀ ସହ ଜଡ଼ିତ କଣ୍ଢେଇ ନାଟ ଓ ପଶୁମୁଖା ନୃତ୍ୟ ‌ପରିବେଷଣ ଦର୍ଶକଙ୍କୁ ନିଆରା୍ ଅନୁଭବ ଦେଇଥିଲା। ଭାରତୀୟ ବିଦ୍ୟାଭବନ ଓ ଇମ୍ଫୋସିସ୍‌ ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ଆଜି ବିଦ୍ୟା‌ଭବନ ପରିସରରେ ଆୟୋଜିତ ଲୁପ୍ତପ୍ରାୟ ଲୋକକଳାର ୬୯ତମ ସଂଧ୍ୟାରେ ଗଞ୍ଜାମ ଦିଗପହଣ୍ଡିର ‘ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ’ ପକ୍ଷରୁ ପରିବେଷିତ ହୋଇଥିଲା ଏହି ଦୁଇ ନାଟ। ଦକ୍ଷିଣାଞ୍ଚଳର ଲୋକକଥା ଉପରେ କଣ୍ଢେଇ ନାଟ ପ୍ରଦର୍ଶିତ ହୋଇଥିଲା। ଏହା ସହ ପଶୁମୁଖା ନାଟ, ଚମ୍ପୁ ଓ ଛାନ୍ଦ ଆଧାରିତ ସୁମଧୁର ଲୋକସଙ୍ଗୀତ ମଧ୍ୟ ଏହି ଅବସରରେ ଶୁଣିବାକୁ ମିଳିଥିଲା। ସଂସଦର ମୁଖ୍ୟ ଆଲୋକ ସାହୁ ଏହାକୁ ପରିଚାଳନା କରିଥିଲେ। ଭାରତୀୟ ବିଦ୍ୟାଭବନର ସହଯୋଗୀ ନିର୍ଦ୍ଦେଶକ ମନ୍ମଥ କୁମାର ଶତପଥୀ ପ୍ରାରମ୍ଭରେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର