ଯୁବକଙ୍କ ଆତ୍ମହତ୍ୟା, ଚକ୍ଷୁ ଦାନ କଲେ ପରିବାର

ପୁରୁଣା ଭୁବନେଶ୍ୱର: ଶୁକ୍ରବାର ଅପରାହ୍ଣରେ ଏୟାର ଫିଲ୍‌ଡ ଥାନା ବୀରବନ୍ଧ ଗ୍ରାମରେ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ। ମୃତକ ହେଲେ ଦୁର୍ଯ୍ୟୋଧନ ପ୍ରଧାନଙ୍କ ପୁଅ ଜାଗେଶ୍ବର(୧୯)। ବେକରେ ଗାମୁଛା ବାନ୍ଧି ସେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ। ଖବର ପାଇ ଏୟାର୍‌ଫିଲ୍ଡ ଥାନା ପୁଲିସ ଘଟଣାସ୍ଥଳରୁ ମୃତଦେହକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ଜାଗେଶ୍ବରଙ୍କଠାରେ ସାମାନ୍ୟ ମସ୍ତିଷ୍କ ବିକୃତି ଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଘରେ କୌଣସି ପ୍ରକାର ଗଣ୍ଡଗୋଳ ନଥିଲା କି କେହି ତାକୁ କିଛି ଖରାପ କରି କହିନଥିଲେ। ହଠାତ୍ ସେ ନିଜ ଶୋଇବା ଘରେ ଏଭଳି କାଣ୍ଡ କରି ବସିଥିଲେ। ଚିତ୍କାର ଶୁଣି ପରିବାରଲୋକେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିବା ପୂର୍ବରୁ ସେ ଆଖି ବୁଜି ସାରିଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ବ୍ୟବଚ୍ଛେଦ ପରେ ପରିବାରଲୋକେ ଜାଗେଶ୍ବରଙ୍କ ଚକ୍ଷୁଦ୍ବୟକୁ ଚକ୍ଷୁ ବ୍ୟାଙ୍କ୍‌କୁ ଦାନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର