ଭୁବନେଶ୍ବର : ଆଜି ଆଉ ଜଣେ କରୋନାରୁ ସୁସ୍ଥ ରୋଗୀ କ୍ୟାପିଟାଲ ହସ୍ପିଟାଲରେ ନିଜର ପ୍ଲାଜ୍ମା ଦେଇଛନ୍ତି। ଅନୁଗୁଳ ଅଞ୍ଚଳର ଏହି ବ୍ୟକ୍ତିଜଣକ ହସ୍ପିଟାଲରେ ପ୍ଲାଜ୍ମା ଦେବାରେ ପଞ୍ଚମ ବ୍ୟକ୍ତି ପାଲଟିଛନ୍ତି। ଏହା ପୂର୍ବରୁ ୪ଜଣ ବ୍ୟକ୍ତି ପ୍ଲାଜମା ଦେଇଥିଲେ। ତେବେ ଆଗକୁ ଆହୁରି ୩ଜଣ ସୁସ୍ଥ ରୋଗୀ ନିଜର ପ୍ଲାଜମା ପ୍ରଦାନ କରିବା ଲାଗି ସ୍ବୀକୃତି ଦେଇଛନ୍ତି। ଗୁରୁତର କରୋନା ରୋଗୀଙ୍କ ପାଇଁ ପ୍ଲାଜମା ସଂଜୀବନୀ ପାଲଟିଛି। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ୨୮ଦିନ ପରେ ନିଜର ପ୍ଲାଜମା ଦେଇପାରିବେ। ଜଣେ ବ୍ୟକ୍ତିର ପ୍ଲାଜମାରୁ ୨ଜଣ ରୋଗୀ ଉପକୃତ ହୋଇପାରୁଛନ୍ତି। ରାଜ୍ୟରେ ଏବେ କ୍ୟାପିଟାଲ ହସ୍ପିଟାଲ ବାଦ୍ ଏସ୍ସିବି ମେଡିକାଲ କଲେଜ, ଏମ୍କେସିଜି, ବୁର୍ଲା, ଆରଜିଏଚ୍ ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ସ୍ଥାପିତ ହୋଇଛି।
ଭୁବନେଶ୍ବର : ଆଉ ଜଣେ ଦେଲେ ପ୍ଲାଜ୍ମା
/sambad/media/post_attachments/wp-content/uploads/2020/08/plasma.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)