ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ରଙ୍ଗବଜାର-ବ୍ରାହ୍ମଣଷଡ଼ଙ୍ଗୀ ଗ୍ରାମ ଉନ୍ନୟନ ମୁଖ୍ୟ ରାସ୍ତାରେ ଆଜି ଅପରାହ୍ଣ ପ୍ରାୟ ୪ଟାରେ ବାଇକ୍ରୁ ଖସି ପଡ଼ି ନୂଆସାହି ଗ୍ରାମର ବ୍ରଜକିଶୋର ସେଠୀଙ୍କ ପତ୍ନୀ ଝରଣା ସେଠୀ(୨୮) ଗୁରୁତର ଆହତ ହୋଇଛନ୍ତି। ଝରଣା ଘଣ୍ଟାଏ କାଳ ରାସ୍ତାରେ କ୍ଷତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ ହେଁ ତାଙ୍କୁ ଡାକ୍ତରଖାନା ନେବାରେ ଅହେତୁକ ବିଳମ୍ବ ହୋଇଥିଲା। ସ୍ଥାନୀୟ ଲୋକମାନେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ହେଁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଶେଷରେ ସ୍ଥାନୀୟ ଲୋକେ ଝରଣାଙ୍କୁ ଅଟୋରେ କ୍ୟାପିଟାଲ ହସ୍ପିଟାଲ୍ ପଠାଇଥିଲେ। ନିର୍ମାଣାଧୀନ ଏହି ପ୍ରମୁଖ ରାସ୍ତାକୁ ତାଡ଼ି ଠିକାଦାର ଦୀର୍ଘ ଦିନ ହେବ କାମ ଜାରି ରଖିଛି। ରାସ୍ତାରେ ବାଲି ବିଛା ଯାଇଥିବା ବେଳେ ଚିପ୍ସ, ମେଣ୍ଟାଲ ଗଦା ହୋଇ ପଡ଼ି ରହିଛି। ଫଳରେ ସଂପୃକ୍ତ ଦମ୍ପତି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ନେଇ ଅଭିଯୋଗ ହେବା ସହ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ଦିଗରେ ଗ୍ରାମ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।
ଆସିଲାନି ୧୦୮ ଆମ୍ବୁଲାନ୍ସ: ଅଟୋରେ ଗଲେ ଆହତ ମହିଳା
/sambad/media/post_attachments/wp-content/uploads/2018/07/108-ambulance.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)