ରାଜଧାନୀରେ ବୃକ୍ଷରୋପଣ ନାଁରେ କଟକଣାକୁ ଫୁ’

ଭୁବନେଶ୍ବର: ପୁଲିସ ପହରା ଦେଉଛି। ବିଏମ୍‌ସି ଟିମ୍‌ ଚଢ଼ଉ କରୁଛି। ତା’ପରେ ବି କରୋନା କଟକଣା ମାନୁନାହାନ୍ତି କିଛି ଅସାମାଜିକ ଯୁବକ। ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୀଳାଦ୍ରିବିହାର ଅଞ୍ଚଳରେ। ବୃକ୍ଷରୋପଣ ନାଁରେ ୫୦ରୁ ଅଧିକ ଯୁବକ ଏକାଠି ହୋଇ ଗଛ ଲଗାଇଛନ୍ତି। ସେମାନେ କରୋନା କଟକଣା ମାନି ନ ଥିଲେ। ପରସ୍ପର ମଧ୍ୟରେ ସାମାଜିକ ଦୂରତା ନ ଥିଲା। ବୃକ୍ଷରୋପଣ ଲାଗି ଏକାଠି ହେବା ସମୟରେ ଅନେକଙ୍କ ମୁହଁରେ ମାସ୍କ ନ ଥିଲା। ସାମାଜିକ ଦୂରତା ଏମାନଙ୍କ ନିକଟରେ ଦେଖିବାକୁ ମିଳି ନ ଥିଲା। ଖୁଲମ୍‌ଖୁଲା କୋଭିଡ୍ ନିୟମ ଉଲ୍ଲଂଘନ କରାଯାଇଥିଲେ ମଧ୍ୟ କେହି ବି ପୁଲିସକୁ ଖବର ଦେଇ ନ ଥିଲେ।

ନୀଳାଦ୍ରିବିହାର ନୂଆ ରାସ୍ତା ତଥା ଭରତପୁର ଜଙ୍ଗଲ ସଫାରି ସମ୍ମୁଖ ରାସ୍ତା‌ରେ ଅସାମାଜିକ ଯୁବକଙ୍କ ଏଭଳି କାଣ୍ଡ ଘଟାଇ ଚାଲିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ସେମାନଙ୍କ ଉତ୍ପାତ ଜାରି ରହିବା ପରେ ସେମାନେ ନିଜର ଫଟୋ ସୋସିଆଲ୍‌ ମିଡିଆରେ ଛାଡ଼ିଛନ୍ତି। ହେଲେ ପ୍ରଶାସନ କି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। କାହା ଚାପରେ ପୁଲିସ ଚୁପ୍‌ ବସିଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର