ଭୁବନେଶ୍ବର: କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି ରହିଛି। ଶିକ୍ଷାନୁଷ୍ଠାନ ଖୋଲିନାହିଁ। ଅନ୍ଲାଇନ୍ ମାଧ୍ୟମରେ ନାମଲେଖା ହେବା ସହ ସାମାଜିକ ଦୂରତା ରକ୍ଷା କରାଯାଇ ପ୍ରବେଶିକା ପରୀକ୍ଷା ହେଉଛି। ତେବେ ଭୁବନେଶ୍ବରସ୍ଥିତ ଇଗ୍ନୋ କାର୍ଯ୍ୟାଳୟରେ ସମସ୍ତ ପ୍ରକାର କଟକଣାକୁ ହେୟଜ୍ଞାନ କରାଯାଉଛି। ଏଠାରେ କୌଣସି କଟକଣା ହିଁ ନାହିଁ। ସାମାଜିକ ଦୂରତା ସତେ ଯେମିତି ଚୁଲିକୁ ଯାଇଛି। ଛାତ୍ରଛାତ୍ରୀ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ୬ ଫୁଟ୍ ଦୂରର କଥା ଗୋଟିଏ ବି ଫୁଟର ଦୂରତା ରଖାଯାଇ ନାହିଁ। ସେମାନେ ମାସ୍କ ପିନ୍ଧିଥିଲେ ମଧ୍ୟ କାହା ମୁହଁରେ ଅଛି, ନାକରେ ନାହିଁ। ଆଉ କାହାର କେବଳ ନାକରେ ଲାଗିଛି। ହ୍ୟାଣ୍ଡ ୱାସ୍, ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ବି କରାଯାଉ ନ ଥିବା ଦେଖିବାକୁ ମିଳିଛି। ଏହାକୁ ନେଇ କେତେଜଣ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ଇଗ୍ନୋ କର୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ଭୁବନେଶ୍ବର: ଇଗ୍ନୋରେ କରୋନା କଟକଣାକୁ ଫୁ’
/sambad/media/post_attachments/wp-content/uploads/2020/11/fshs4f7h987987sfhhffhssfhhfsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)