ସଂକ୍ରାନ୍ତିରେ ମାନିଲେନି କଟକଣା

ଭୁବନେଶ୍ବର: କରୋନା କଟକଣା ପାଇଁ ମନ୍ଦିର ବନ୍ଦ ଥିଲା। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଆଜି ବିଶ୍ବକର୍ମା ପୂଜା ସାଙ୍ଗକୁ ସଂକ୍ରାନ୍ତି ଥିବାରୁ ମନ୍ଦିରରେ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା। କଟକଣା ମାନିବା ତ ଦୂରର କଥା, କରୋନା ଯେ ଭୟଙ୍କର ଭାବେ କାୟା ମେଲାଉଛି ଏଥିପ୍ରତି କାହାର ଭ୍ରୂକ୍ଷେପ ନଥିଲା। କଳିଙ୍ଗ ଷ୍ଟାଡିୟମ ନିକଟ ବିଶ୍ବକର୍ମା ମନ୍ଦିର ସମ୍ମୁଖରେ ସମାଗମ ହୋଇଥିଲା। କିଛି ସ୍ଥାନରେ ଦୋକାନ ଘର ଓ ଗଳି କନ୍ଦିରେ ଆନୁଷ୍ଠାନିକ ପୂଜା ବି ସମ୍ପନ୍ନ ହୋଇଥିଲା।

ଏହା ବ୍ୟତୀତ ସଂକ୍ରାନ୍ତି ଥିବାରୁ କାଳୀ ମା’ଙ୍କ ମନ୍ଦିର ସମ୍ମୁଖରେ ଗାଡ଼ି ପୂଜାର୍ଚ୍ଚନା ପାଇଁ ପ୍ରବଳ ସମାଗମ ହୋଇଥିଲା। ହନୁମାନ ଓ ଶିବ ମନ୍ଦିରରେ ମଧ୍ୟ ପ୍ରବଳ ଭିଡ଼ ଜମିଥିଲା। ପୂଜକମାନେ ଦୀର୍ଘଦିନ ହେଲା ରୋଜଗାର ହରାଇଥିବା ବେଳେ ଆଜି କିଛି ରୋଜଗାର ମିଳିଥିଲା। ମନ୍ଦିର ଫାଟକ ବନ୍ଦ ଥିଲେ ମଧ୍ୟ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର