ଜଟଣୀ: ଜଟଣୀ ପୌରପାଳିକା ଅନ୍ତର୍ଗତ ବିଭିନ୍ନ ୱାର୍ଡରୁ ଅଳିଆ ଆବର୍ଜନା ଉଠୁ ନଥିବା ଅଭିଯୋଗ ହୋଇଛି। ନିୟମିତ ଅଳିଆ ସଫେଇ ହେଉ ନଥିବା ବେଳେ ରାସ୍ତା କଡ଼ରେ ଅଳିଆ ପଡ଼ି ରହୁଛି। ଫଳରେ ବୁଲା ଗାଈଗୋରୁ, କୁକୁର ଆଦି ଅଳିଆକୁ ରାସ୍ତାସାରା ଖେଳାଇ ଦେଉଛନ୍ତି। ଫଳରେ ରାସ୍ତାରେ ଯାତାୟାତ କରିବା ସମ୍ଭବ ହେଉ ନଥିବା ବେଳେ ସମଗ୍ର ଅଞ୍ଚଳ ଦୁର୍ଗନ୍ଧମୟ ହୋଇଯାଉଛି।
ସୂଚନା ଅନୁସାରେ, ସଫେଇ କର୍ମଚାରୀଙ୍କ ମନ୍ମାନି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଅଭିଯୋଗ ହୋଇଛି। କେତେକ ୱାର୍ଡକୁ ଅଳିଆ ଉଠାଉଥିବା କର୍ମଚାରୀ ନିୟମିତ ଆସୁନାହାନ୍ତି। ଏବେ ବର୍ଷା ଦିନ ହୋଇଥିବାରୁ ଗଦା ହୋଇ ରହିଥିବା ଅଳିଆରୁ ଦୁର୍ଗନ୍ଧ ବାହାରୁଛି। ଫଳରେ କବାଟ ଝରକା ଖୋଲିବା ସମ୍ଭବ ହେଉନାହିଁ। ଏଥିସହ ବିଦ୍ୟାଳୟକୁ ଯିବା ପାଇଁ ପିଲାମାନଙ୍କର ବହୁ ଅସୁବିଧା ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ମନୋଜ କୁମାର ସ୍ବାଇଁ କହିଛନ୍ତି। ୭ନମ୍ୱର ୱାର୍ଡର ମଧୁସୂଦନନଗର, ସୀତାରାମ ଛକ ବସ୍ ଷ୍ଟପ୍, ରେତଙ୍ଗ କଲୋନି ରାସ୍ତା କଡ଼, ୧୨ନମ୍ବର ୱାର୍ଡର ଗୋଡ଼ାଧର୍ମସାଗର, ୮ନମ୍ବର ୱାର୍ଡର ଗୋପବନ୍ଧୁନଗର, ବିଡିଏ କଲୋନି ଭଳି ଅନେକ ସ୍ଥାନରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଅଳିଆ ଆବ`ର୍ଜନା ନ ଉଠିବାରୁ ଲୋକମାନେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ପରେ ସଫେଇ କର୍ମଚାରୀ ଅଳିଆ ଆବର୍ଜନା ସଫା କରୁଥିବା ଅଭିଯୋଗ ହୋଇଛି।
ପୌରାଧ୍ୟକ୍ଷ ଅନନ୍ତ ବେହେରା କହିଛନ୍ତି, ବିଭିନ୍ନ ୱାର୍ଡରେ ସଫେଇ କର୍ମଚାରୀ ଓ ଗାଡ଼ି ନିୟୋଜିତ ଅଛି। ଦୁଇ ଦିନ ତଳେ ଗାଡ଼ି ଖରାପ ଥିଲା ଓ କର୍ମଚାରୀ ଅଭାବ କାରଣରୁ ଅଳିଆ ଉଠି ପାରି ନଥିଲା। ବର୍ତ୍ତମାନ ସବୁ ଠିକ୍ ଚାଲିଛି।
ଉଠୁନି ଅଳିଆ, ଗନ୍ଧଉଛି
ଜଟଣୀ ପୌରପାଳିକା ଅନ୍ତର୍ଗତ ବିଭିନ୍ନ ୱାର୍ଡରୁ ଅଳିଆ ଆବର୍ଜନା ଉଠୁ ନଥିବା ଅଭିଯୋଗ ହୋଇଛି। ନିୟମିତ ଅଳିଆ ସଫେଇ ହେଉ ନଥିବା ବେଳେ ରାସ୍ତା କଡ଼ରେ ଅଳିଆ ପଡ଼ି ରହୁଛି। ଫଳରେ ବୁଲା ଗାଈଗୋରୁ, କୁକୁର ଆଦି ଅଳିଆକୁ ରାସ୍ତାସାରା ଖେଳାଇ...
/sambad/media/media_files/2025/07/15/errgfwef-2025-07-15-06-58-46.jpg)