କିନ୍ନରଙ୍କୁ କେହି ଅପମାନିତ କରିପାରିବେ ନାହିଁ

କିନ୍ନରଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର: କିନ୍ନରଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଇଡ୍‌କଲ୍‌ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଟିଜି ସୁରକ୍ଷା ଟ୍ରଷ୍ଟ୍‍ ଏବଂ ବ୍ରାଇଟ୍‌ ଲାଇଫ୍‌ ଚାରିଟେବଲ୍‌ ଟ୍ରଷ୍ଟ୍‍ େଓ୍ଵଲ୍‌ଫେୟାର ଟ୍ରଷ୍ଟ୍‍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରା ରାଜ୍ୟରୁ କିନ୍ନରମାନେ ଅଂଶଗ୍ରହଣ କରିଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ ଯେ ନବୀନ ସରକାରରେ କେହି କିନ୍ନରଙ୍କୁ ଅପମାନିତ କରିପାରିବେ ନାହିଁ। ଏହାଛଡ଼ା ସେ କିନ୍ନରଙ୍କୁ ପ୍ରଶଂସା କରିବା ସହ ସେମାନଙ୍କ ସର୍ବବିଧ ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ନିର୍ମାଣ ଶ୍ରମିକ ଜନମଙ୍ଗଳ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ, ପ୍ରାକ୍ତନ ପ୍ରଶାସକ ପ୍ରସନ୍ନ ହୋତା, ଅଭିନେତ୍ରୀ ସୋଫିଆ ଆଲାମ, ଚିତ୍ତ ବେହେରା, ପ୍ରଦୀପ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ତୃତୀୟ ଲିଙ୍ଗୀ ଅଧିକାର ସୁରକ୍ଷା ପାଇଁ କେନ୍ଦ୍ରୀୟ ଆଇନ୍‌ ୨୦୧୪ ଏବଂ କିନ୍ନରଙ୍କ ରାଜନୀତି ସମ୍ପୃକ୍ତି ନେଇ ଏହି ଅବସରରେ ଆଲୋଚନା କରାଯାଇଥିଲା। ଓଡ଼ିଶା କିନ୍ନର ମହାସଂଘର ସଭାପତି ପ୍ରତାପ ସାହୁ, ଉପଦେଷ୍ଟା ଅମୀୟ ପାଣ୍ଡବ, ସ୍ୱିଟି କିନ୍ନର, ମେନକା କିନ୍ନର, କାଜଲ କିନ୍ନର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ସାରା ରାଜ୍ୟରୁ ଆସିଥିବା କିଛି ବଛାବଛା କିନ୍ନରଙ୍କୁ ପୁରସ୍କୃତ କରଯାଇଥିଲା। ପରେ କିନ୍ନରଙ୍କ ମଧ୍ୟରେ ଫେସନ୍‌ ସୋ ଏବଂ ନୃତ୍ୟ ପ୍ରତିଯୋଗିତା ରୋଚକ ପରିବେଶ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର