ଭୁବନେଶ୍ବର: ଜାତିର ପିତା ମହାତ୍ମା ଗାନ୍ଧୀ କେବଳ ଦେଶ କାହିଁକି ସମଗ୍ର ବିଶ୍ବର ଜଣେ ବିରଳ ସନ୍ଥ ଓ କର୍ମପ୍ରାଣ ମଣିଷ। ସେ ରାଜନୀତିରୁ ବହୁ ଊର୍ଦ୍ଧ୍ବରେ। ମାତ୍ର ତାଙ୍କୁ ନେଇ ଯେଉଁଭଳି ଭାବେ ରାଜନୀତି କରାଯାଉଛି, ତାହା ଦୁର୍ଭାଗ୍ୟଜନକ। ରାଜନୈତିକ ଦଳମାନେ ଗାନ୍ଧୀଙ୍କୁ ନେଇ ଆଉ ରାଜନୀତି ନ କରିବାକୁ ପୂର୍ବତନ ମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି। ଆଜି ସନ୍ଧ୍ୟାରେ ‘ୱାନ୍ ଟିମ୍ ୱାନ୍ ଗୋଲ୍’ ପକ୍ଷରୁ ଇଡ୍କଲ୍ ଅଡିଟୋରିୟମ୍ରେ ଆୟୋଜିତ ଗାନ୍ଧୀ ଜୟନ୍ତୀ ଓ ଆଦର୍ଶ ସମ୍ମାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆଜିର ଯୁବ ବର୍ଗକୁ ଆହ୍ବାନ ଜଣାଇଥିଲେ। ଗାନ୍ଧୀଙ୍କ ନାଁରେ ରାଜନୈତିକ ଦଳମାନେ ରାଜନୀତି କରୁଛନ୍ତି, ମହିଳାମାନେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି, ଯୁବ ବର୍ଗ କର୍ମବିମୁଖ ଓ ବେକାରୀ ବୃଦ୍ଧି ପାଉଛି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ। ଅନ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ଶିକ୍ଷାବିତ୍ ବଦ୍ରିନାଥ ପଟ୍ଟନାୟକ, ‘ନିତିଦିନ’ର ବାର୍ତ୍ତା ସଂପାଦକ ଦେବେନ୍ଦ୍ର ପୃଷ୍ଟି, ସୁଭଦ୍ରା ଯୋଗମାୟା ଫାଉଣ୍ଡେସନ୍ର ଅଧ୍ୟକ୍ଷ ଶ୍ରୀକାନ୍ତ ମିଶ୍ର, ଗାନ୍ଧୀବାଦୀ କର୍ମୀ ମଧୁସୂଦନ ଦାସ ପ୍ରମୁଖ ଉପସ୍ଥିତ ରହି ଗାନ୍ଧୀଙ୍କ ସରଳ ଓ କର୍ମମୟ ଜୀବନ ସଂପର୍କରେ ଆଲୋକପାତ କରିଥିଲେ। ଏଥିରେ ‘ମହାତ୍ମାଗାନ୍ଧୀ ଓ ଛାତ୍ର ସମାଜ’ ଶୀର୍ଷକ ଆଲୋଚନାଚକ୍ରରେ ବହୁ ଛାତ୍ରଛାତ୍ରୀ, ଯୁବକମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀ ରାମହରି ଗୋସ୍ବାମୀ, ହଟ୍ଟକେଶ୍ବର ମଙ୍ଗରାଜ, ଆଜୀବନ ସେବା ପାଇଁ ଭଗବାନ ପଣ୍ଡା, ବଳରାମ ଚରଣ ସିଂହ, ମନୋରଂଜନ ଲେଙ୍କା, ବିଜୟ କୁମାର ଜେନା, ବନ୍ଦିତା ପରିଡ଼ା, ଶ୍ରୀଧର ମାର୍ଥା, କାଳୁଚରଣ ମହାପାତ୍ର, ଅଧିରାଜ ପାଣିଗ୍ରାହୀ, ପୁଲିନ ପୁହାଣ, ବିପ୍ଳବ ଜେନା, ଡି. ପ୍ରକାଶ ରାଓ, ଗଣେଶ ଦାସ ଓ ଶାରଳା ନିକେତନ ଚାଇଲ୍ଡ କେୟାର ସଂସ୍ଥାକୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଗାନ୍ଧୀଙ୍କୁ ନେଇ ରାଜନୀତି କରା ନଯାଉ: ନିରଞ୍ଜନ
‘ୱାନ୍ ଟିମ୍ ୱାନ୍ ଗୋଲ୍’ ପକ୍ଷରୁ ଆଦର୍ଶ ସମ୍ମାନ ସମାରୋହ
/sambad/media/post_attachments/wp-content/uploads/2018/09/niranjan-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)