ଭୁବନେଶ୍ୱର: ଏଣିକି ରାସ୍ତାକଡ଼ରେ ଥିବା ଡ୍ରେନକୁ ଅଳିଆ ଆବର୍ଜନା ଫିଙ୍ଗିଲେ ଆଗାମୀ ଦିନରେ ହଇରାଣ ହେବାକୁ ପଡ଼ିବ। ଡ୍ରେନକୁ ଆବର୍ଜନା ମୁକ୍ତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମନୂଆ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏପରିକି ଡ୍ରେନକୁ ଜଗିବା ପାଇଁ ବିଏମ୍ସି ସ୍କ୍ଵାର୍ଡ ଗଠନ କରିଛି। ଏହି ସ୍କ୍ଵାର୍ଡ ଦୂରରେ ରହି ଲୋକମାନଙ୍କର ଗତିବିଧିକୁ ଲକ୍ଷ୍ୟ କରିବ। ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରିବ।
ସୂଚନାଯୋଗ୍ୟ, ଡ୍ରେନକୁ ଆବର୍ଜନା ମୁକ୍ତ କରିବା ପାଇଁ ବିଏମସି ୨ଟି ଏନଫୋର୍ସମେଣ୍ଟ ସ୍କ୍ଵାର୍ଡ ଟିମ୍ ଗଠନ କରିଛି। ଏହି ସ୍କ୍ଵାର୍ଡ ରାସ୍ତା କଡ଼ରେ ଥିବା ଡ୍ରେନ୍କୁ ବେଆଇନ ଭାବେ ଆବର୍ଜନା ଫିଙ୍ଗୁଥିବା ଲୋକଙ୍କ ଉପରେ ନଜର ରଖିବ। ଏନ୍ଫୋର୍ସମେଣ୍ଟ ସ୍କ୍ଵାର୍ଡ ଖଣ୍ଡଗିରି, ଫାୟାର ଷ୍ଟେସନ, ସିଆରପି, ଷ୍ଟେସନ ଛକ, ଜୟଦେବ ବିହାର, ଆଚାର୍ଯ୍ୟ ବିହାରକୁ ଅଧିକ ଗୁରୁତ୍ୱ ଦେବ। ସେହିପରି ଲିଙ୍ଗିପୁରରୁ ପଲାସୁଣିକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯିବ । ଏତଦବ୍ୟତୀତ ସହରର ଅନ୍ୟ ସମ୍ବେଦନଶୀଳ ଅଂଚଳ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ସ୍କ୍ଵାର୍ଡରେ ଏମସି, ପୁଲିସ, ଟ୍ରାଫିକ ଓ ଆରଟିଓ କର୍ମଚାରୀ ରହିବେ।
/sambad/media/post_attachments/wp-content/uploads/2019/11/ecr-drain-200x300.jpg)
ସେହିପରି ରାଜଧାନୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଏବେ ବିଏମସି ଖୋଲା ଶୌଚମୁକ୍ତ ଅଂଚଳ କରିବା ନେଇ ନିଷ୍ପତି ନେଇଛି। ବାହାରେ ଶୌଚ କଲେ ୨୦୦ ଟଙ୍କା ଓ ପରିଶ୍ରା କଲେ ୧୫୦ ଟଙ୍କା ଦଣ୍ଡ ଦେବାକୁ ପଡ଼ିବ ବିଏମସି ପକ୍ଷରୁ କୁହାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/drain-choked.jpg)