ଭୁବନେଶ୍ୱର: ମାସିକ ସମ୍ବାଦଭିତ୍ତିକ ପତ୍ରିକା ‘ଦୂରଦର୍ଶୀ’ର ୧୭ତମ ସ୍ୱନକ୍ଷତ୍ର ଉତ୍ସବ ଜୟଦେବ ଭବନରେ ପାଳିତ ହୋଇଯାଇଛି। ସମ୍ପାଦକ ଦୁର୍ଗା ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ, ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ୱୈତ ଗଡ଼ନାୟକ, କଥାକାର ଗୌରହରି ଦାସ, ଶିକ୍ଷାବିତ୍ ପ୍ରଫେସର ମୃଣାଳ କୁମାର ଚାର୍ଟାଜୀ, ଗାନ୍ଧୀବାଦୀ ଚିନ୍ତକ ପ୍ରହଲ୍ଲାଦ ସିଂହ, ୟୁସିସିଆଇ ସଭାପତି ପ୍ରବୋଧ ମହାନ୍ତି, ପୂର୍ବତନ ସିଆର୍ପିଏଫ୍ ଆଇଜି ସୁବ୍ରତ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ‘ଦୂରଦର୍ଶୀ’ର ୧୭ ବର୍ଷର ସଫଳ ଜୟଯାତ୍ରା ପାଇଁ ପତ୍ରିକାର ସମ୍ପାଦକ ତଥା ପ୍ରକାଶନ କ୍ଷେତ୍ରରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଅତିଥିମାନେ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଦୂରଦର୍ଶୀର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୬ଜଣ ବ୍ୟକ୍ତିଙ୍କୁ ଓ କିଛି ଅନୁଷ୍ଠାନକୁ ‘ଦୂରଦର୍ଶୀ ସମ୍ମାନ-୨୦୨୫’ରେ ସମ୍ମାନିତ କରାଯାଇଥିଲା। ପରିବେଶ ବିଶେଷଜ୍ଞ ଜୟକୃଷ୍ଣ ପାଣିଗ୍ରାହୀ, ମାନବାଧିକାର ବିଶେଷଜ୍ଞ ମନୋଜ ଜେନା, ପୂର୍ବତନ ସିଆର୍ପିଏଫ୍ ଆଇଜି ସୁବ୍ରତ କୁମାର ମିଶ୍ର, ଶିକ୍ଷାବିତ୍ ବଦ୍ରିନାଥ ପଟ୍ଟନାୟକ, ଉପେନ୍ଦ୍ର ପାଢ଼ୀ, ପ୍ରଦୀପ କୁମାର ଦେହୁରୀ, ଦେବାଶିଷ ସାହୁ, ହରପ୍ରସାଦ ଦାସ, କ୍ଷୀରୋଦ ଚନ୍ଦ୍ର ପତି, ବିଶ୍ୱଭୂଷଣ ମହାନ୍ତି, ଗିରିଶ ରଞ୍ଜନ ସାହୁ , ରାଜୀବ ଲୋଚନ ପ୍ରଧାନ, ଗିରିଶ ପ୍ରସାଦ ସ୍ୱାଇଁ, ମହେଶ ପାତ୍ର ପ୍ରମୁଖ ସମ୍ମାନିତ ହୋଇଥିଲେ। ‘ଦୂରଦର୍ଶୀ’ର ସମ୍ପାଦକ ଶ୍ରୀ ସାମନ୍ତରାୟ ସମ୍ପାଦକୀୟ ବିବରଣୀ ପ୍ରଦାନ କରିବା ସହିତ ପତ୍ରିକାର ସଫଳତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଦୂରଦର୍ଶୀ ବ୍ୟୁରୋ ଚିଫ୍ ପ୍ରସନ୍ନ ବିଷୋୟୀ ସ୍ୱାଗତ ଭାଷଣ ଦେଇଥିଲେ। ଜଗନ୍ନାଥ ସ୍ୱାଇଁ ଧନ୍ୟବାଦ ଦେଇଥିଲେ।
‘ଦୂରଦର୍ଶୀ’ର ସ୍ବନକ୍ଷତ୍ର ଉତ୍ସବ
ମାସିକ ସମ୍ବାଦଭିତ୍ତିକ ପତ୍ରିକା ‘ଦୂରଦର୍ଶୀ’ର ୧୭ତମ ସ୍ୱନକ୍ଷତ୍ର ଉତ୍ସବ ଜୟଦେବ ଭବନରେ ପାଳିତ ହୋଇଯାଇଛି। ସମ୍ପାଦକ ଦୁର୍ଗା ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ, ଭାଷାବିତ୍ ଦେବୀପ୍ରସନ୍ନ...
/sambad/media/media_files/2025/08/07/untitled-13-2025-08-07-07-23-04.jpg)
/sambad/media/agency_attachments/2024-07-24t043029592z-sambad-original.webp)