ଡଟ୍‌ ଫେଷ୍ଟ ଲୋଗୋ ଓ କ୍ୟା‌େଲଣ୍ଡର ଉନ୍ମୋଚିତ

ତିନିଟି ଜାଗାରେ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା

ଭୁବନେଶ୍ବ: ହକି ବିଶ୍ବକପ୍‌ ଉପଲକ୍ଷେ ଆସନ୍ତା ଡିସେମ୍ବର ୧ରୁ ୧୬ତାରିଖ ପର୍ଯ୍ୟନ୍ତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ ହେବ ଡଟ୍‌ ଫେଷ୍ଟ ବା ଭୁବନେଶ୍ବର ସିଟି ଫେଷ୍ଟିଭାଲ। ଆଜି ବିଏମ୍‌ସି କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହାର ଲୋଗୋ ଏବଂ କାର୍ଯ୍ୟକ୍ରମ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ଭୁବନେଶ୍ବରର ଦୁଇ ବିଧାୟକ ବିଜୟ ମହାନ୍ତି ଏବଂ ପ୍ରିୟଦର୍ଶୀ ମିଶ୍ର, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ.ଶାନ୍ତିି, ବିଏମ୍‌ସି କମିସନର କ୍ରିଷନ କୁମାର, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକ, ବୈଷୟିକ ଶିକ୍ଷା ବିଭାଗ ନିର୍ଦେଶକ ତଥା ସିଟି ଫେଷ୍ଟିଭା‌ଲର ନୋଡାଲ ଅଫିସର ବଲୱନ୍ତ ସିଂହ ପ୍ରମୁଖ ଏହି ‌େଲାଗୋ ଉନ୍ମୋଚନ କରିଥିଲେ। ଏଥିରେ ୨୦ ଦେଶ, ୨୯ ରାଜ୍ୟ ଏବଂ ଓଡ଼ିଶାର ଖାଦ୍ୟକୁ ନେଇ ଅନ୍ତର୍ଜାତୀୟ ଷ୍ଟ୍ରିଟ୍‌ ଫୁଡ୍‌ ଫେଷ୍ଟିଭାଲ, ସଂଗୀତ-ନୃତ୍ୟ- କମେଡିକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ, ଆନ୍ତର୍ଜାତିକ କାହାଣୀ ବ୍ୟାଖାନ ଫେଷ୍ଟିଭାଲ ଏବଂ ଆର୍ଟ ଟ୍ରେଲ୍‌ ଦେଖିବାକୁ ମିଳିବ। ଏହି କାର୍ଯ୍ୟକ୍ରମକୁ ଯେପରି ଲୋକ ସୁବିଧାରେ ଆସିପାରିବେ, ସେଥିପାଇଁ ଜନତା ମଇଦାନରେ ପାର୍କିଂ ବ୍ୟବସ୍ଥା ହୋଇଥିବା ବେଳେ ବସ୍‌ ସଟଲ୍‌ ସେବା ଆରମ୍ଭ ହେବ। ଏହାସହ ଭାରତୀୟ ବିଦ୍ୟାଳୟ, ୟୁନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆ, କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର