ଭୁବନେଶ୍ବର: ରାଜଧାନୀର ବିଭିନ୍ନ ଅଞ୍ଚଳରେ ରହିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ। ପରିଚୟ ବଦଳାଇ ଅତି ସହଜରେ ବର୍ଷ ବର୍ଷ ଧରି ବସ୍ତି ଓ କନ୍ଷ୍ଟ୍ରକସନ୍ ସାଇଟ୍ରେ ରହି ସମସ୍ତକୁ ଚକ୍ମା ଦେଉଛନ୍ତି। ପୁଲିସ ଚଢ଼ଉ ଠିକ୍ ଭାବେ ହେଉ ନଥିବାରୁ ଏମାନଙ୍କୁ ତଡ଼ିବା କାଠିକର ପାଠ ହୋଇପଡ଼ିଛି। ସବୁଠୁ ବଡ଼କଥା ହେଲା ଏହା ଭିତରେ ଏକ ଗୁଇନ୍ଦା ରିପୋର୍ଟ ଆସିଛି, ଯାହାକି ଚିନ୍ତାଜନକ। ରାଜଧାନୀର ଡୁମୁଡୁମା ରଘୁନାଥନଗର, ଏମ୍ସ କବାଡ଼ିଆ ବସ୍ତି, ବାଣୀବିହାର, ମାଳିସାହି, ଝାରପଡ଼ା, ସୁନ୍ଦରପଦା, ରସୁଲଗଡ଼ ଶିଳ୍ପାଞ୍ଚଳ, ଶିଖରଚଣ୍ଡୀ ବସ୍ତି ଭଳି ୭ରୁ ଅଧିକ ବସ୍ତି ଅଞ୍ଚଳରେ ବାଂଲାଦେଶୀ ଅନୁପ୍ରବେଶକାରୀ ରହିଛନ୍ତି। ଏନେଇ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ସରକାରଙ୍କୁ କୁଆଡ଼େ ଅବଗତ କରିସାରିଛନ୍ତି। ନିଜର ପ୍ରକୃତ ପରିଚୟ ଲୁଚାଇବା ପାଇଁ ଏମାନେ ଫେରିବାଲା, ଜରିଗୋଟାଳି, ମାର୍ବଲ ମିସ୍ତ୍ରି, ରଙ୍ଗ ମିସ୍ତ୍ରି ଭାବେ କାମ କରୁଛନ୍ତି। ଏହି କାମ କରିବା ପାଇଁ ନିଜର କୌଣସି ସ୍ବତନ୍ତ୍ର ପରିଚୟପତ୍ର ଆବଶ୍ୟକ ନଥିବାରୁ ଏହା ସେମାନଙ୍କ ପାଇଁ ସୁବିଧା ହୋଇଛି।
ବିଶେଷ କରି ବଡ଼ ବଡ଼ କନ୍ଷ୍ଟ୍ରକସନ୍ ସାଇଟରେ ଠିକାଦାରଙ୍କ ପାଖରେ ରହି ସେଠାରେ କାମ କରୁଛନ୍ତି। ଉଦ୍ବେଗର ବିଷୟ ଏମାନଙ୍କ ସମ୍ପର୍କରେ କମିସନରେଟ୍ ପୁଲିସ ପାଖରେ କୌଣସି ତଥ୍ୟ ନାହିଁ। ଏହାର ସୁଯୋଗ ନେଇ ବାଂଲାଦେଶୀ ବେଆଇନ ଭାବେ ସହର ଭିତରେ ବସତି ସ୍ଥାପନ କରି ଛୋଟ ଚୋରିଠୁ ଆରମ୍ଭ କରି ନିଶା କାରବାର, ବଡ଼ ଅପରାଧ ପର୍ଯ୍ୟନ୍ତ ବିଭିନ୍ନ ଅପରାଧ ଘଟାଇ ଚାଲିଛନ୍ତି। ଆଉ ଏମାନଙ୍କର କୌଣସି ନିର୍ଦ୍ଦିଷ୍ଟ ହିସାବ କାହା ପାଖରେ ରହୁନଥିବାରୁ ସେମାନଙ୍କ ଅପରାଧ ତଥ୍ୟ ବି ରହିପାରୁନାହିଁ। ଯାହାକି କମିସନରେଟ୍ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି।
ଭୁବନେଶ୍ବର, ୨୨/୧୧(ଇମିସ): ଭୁବନେଶ୍ବର ଉପକଣ୍ଠ ଏମ୍ସ ରାସ୍ତା କଡ଼ରେ ନୂଆ କରି ଗଢ଼ି ଉଠିଲାଣି ବଙ୍ଗାଳୀ ବସ୍ତି। ମାତ୍ର ୨ ବର୍ଷ ଭିତରେ ଏଠାରେ ବହୁ ଘର ଠିଆ ହୋଇଗଲାଣି। ସବୁ ଘର ଟିଣ ଓ ଆଜବେଷ୍ଟସ୍ର। ଏଠାରେ ପଶ୍ଚିମବଙ୍ଗ ବାସିନ୍ଦା ଆଳରେ ବହୁ ବାଲାଂଦେଶୀ ଆସି ରହୁଥିବା ଅଭିଯୋଗ ଉଠିଛି। ଯେହେତୁ ବାଲାଂଦେଶୀ ଓ ପଶ୍ଚିମବଙ୍ଗ ଭାଷା ପ୍ରାୟ ସମାନ, ଏଣୁ ବାଲାଂଦେଶୀଙ୍କୁ ଲୁଚିଛପି ରହିବା ସହଜ ହେଉଛି। ଅଭିଯୋଗ ଉଠିଛି, ଆଗରୁ ଏମ୍ସ ରାସ୍ତା କଡ଼ରେ ଏଭଳି ଘର ନ ଥିଲା କି ବଙ୍ଗାଳୀ ବସ୍ତି ବୋଲି କିଛି ନଥିଲା। କିନ୍ତୁ ୨ ବର୍ଷ ଭିତରେ ବହୁ ଘର ଠିଆ ହୋଇଗଲାଣି। ସେ ପୁଣି ସରକାରୀ ଜାଗାକୁ ମାଡ଼ି ବସି। ଏହି ବସ୍ତିରେ ବାଲାଂଦେଶୀ ଅନୁପ୍ରବେଶକାରୀମାନେ ଛଦ୍ମ ପରିଚୟରେ ରହୁଥିବା ଅଭିଯୋଗ ଉଠିଛି। ଯେହେତୁ ଏଠାରେ ରହୁଥିବା ଲୋକେ ବଙ୍ଗଳା ଭାଷା କହୁଛନ୍ତି, ଏଣୁ ସ୍ଥାନୀୟ ଲୋକେ ବି ଏହି ବସ୍ତିକୁ ବଙ୍ଗାଳୀ ବସ୍ତି ନାଁ ଦେଇ ସାରିଲେଣି। ପୁଲିସ ଏମାନଙ୍କ ପରିଚୟ ସହ ଅନ୍ୟାନ୍ୟ ସବିଶେଷ କାଗଜପତ୍ର ଯାଞ୍ଚ କରୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/23/sfhfhhfxbvvb-2025-11-23-03-12-21.jpg)