ବାଲୁଗାଁ: ଜଗତସିଂହପୁରରେ କୁକୁଡ଼ା ଓ ପକ୍ଷୀଙ୍କ ଶରୀରରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ଘଟଣା ପଦାକୁ ଆସିବା ପରେ ଏବେ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସଚେତନମୂଳକ ପଦକ୍ଷେପ ନିଆଯାଇଛି। ଚିଲିକାରେ ବର୍ତମାନ ଥିବା ୫ଲକ୍ଷରୁ ଊର୍ଧ୍ୱ ବିଦେଶୀ ପକ୍ଷୀଙ୍କୁ ଏହି ଭୂତାଣୁ ବ୍ୟାପିବା ଆଶଙ୍କା ରହିଥିବାରୁ ବେଳ ଥାଉ ଥାଉ ଏହାକୁ ଚିହ୍ନଟ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଛି। ବାଲୁଗାଁ ପ୍ରାଣୀ ଚିକିତ୍ସା କେନ୍ଦ୍ର ତରଫରୁ ଗତ ୨୪ତାରିଖରେ ପକ୍ଷୀ ଅଭୟାରଣ୍ୟ ନଳବଣରୁ ପକ୍ଷୀଙ୍କ ସ୍ୱାବ୍ ନମୁନା ତଥା ରକ୍ତ, ନାଳ ଓ ମଳ ସଂଗ୍ରହ କରାଯାଇ ଫୁୁଲନଖରାସ୍ଥିତ ଆନିମଲ ଡିଜିଜ୍ ରିସର୍ଚ ଇଷ୍ଟିଚ୍ୟୁଟ୍କୁ ପଠାଯାଇଛି। ସେଠାରୁ ଏହି ନମୁନା କୋଲକାତା ଏବଂ ଭୋପାଳସ୍ଥିତ ରିସର୍ଚ ସେଣ୍ଟର୍କୁ ପଠାଯିବ। କିନ୍ତୁ ଅଦ୍ୟାବଧି ବାର୍ଡ ଫ୍ଲୁର କୌଣସି ରିପୋର୍ଟ ଆସିନଥିବା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଦେବେନ୍ଦ୍ର କୁମାର ସୋଲାଙ୍କି କହିଛନ୍ତି। ରିପୋର୍ଟ ପଜିଟିଭ୍ ଆସିଲେ, ତୁରନ୍ତ ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇ ପଦକ୍ଷେପ ନିଆଯିବ। ଏ ସଂପର୍କରେ ବାଲୁଗାଁ ବନ୍ୟପ୍ରାଣୀ ବିଭାଗୀୟ ଡିଏଫ୍ଓ ବିକାଶ ରଂଜନ ଦାସଙ୍କୁ ପଚାରିବାରୁ ସେ କହିଥିଲେ, ବର୍ତମାନ ସୁଦ୍ଧା ଚିଲିକାରେ ଥିବା ବିଦେଶୀ ପକ୍ଷୀଙ୍କଠାରେ ବାର୍ଡ ଫ୍ଲୁର କୌଣସି ଲକ୍ଷଣ ଦେଖାଯାଇନାହିଁ।
ଚିଲିକାରେ ବାର୍ଡ ଫ୍ଲୁ ଆଶଙ୍କା
ନଳବଣରୁ ସ୍ୱାବ୍ ନମୁନା ସଂଗୃହୀତ, ପରୀକ୍ଷା ପାଇଁ ଗଲା ଫୁଲନଖରା
/sambad/media/post_attachments/wp-content/uploads/2018/02/download-2-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)