ଚନ୍ଦ୍ରଶେଖରପୁର : ଭାରତ ସରକାରଙ୍କ ନ୍ୟାସନାଲ୍ ଇନୋଭେସନ୍ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ସର୍ବଭାରତୀୟ ସମ୍ମାନଜନକ ଡ. ଏପିଜେ ଅବଦୁଲ୍ କାଲାମ୍ ଜାତୀୟ ଇଗ୍ନାଇଟ୍ ଆଓ୍ଵାର୍ଡ଼-୨୦୧୭ ପାଇବା ନିମନ୍ତେ ଡିଏଭି ପବ୍ଲିକ୍ ସ୍କୁଲ ଚନ୍ଦ୍ରଶେଖରପୁରର ତିନି ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଓଡ଼ିଶାରୁ ସମୁଦାୟ ୬ ଜଣ କିଶୋର ବୈଜ୍ଞାନିକଙ୍କୁ ତାଙ୍କର ମୌଳିକ ଆଇଡିଆ ନିମନ୍ତେ ଏଥିପାଇଁ ଚୟନ କରାଯାଇଥିବା ବେଳେ ଡିଏଭି ଚନ୍ଦ୍ରଶେଖରପୁରର ନବମ ଶ୍ରେଣୀ ଛାତ୍ରୀ ଶ୍ରୁତିପର୍ଣ୍ଣା ରଥ, ଦଶମ ଶ୍ରେଣୀର ଦୁଇ ଛାତ୍ର ଗୋଲକ ମହାପାତ୍ର ଓ ଶିବ ପ୍ରସାଦ ଶତପଥୀ ଏଥି ନିମନ୍ତେ ମନୋନୀତ ହୋଇଛନ୍ତି। ଶ୍ରୁତିପର୍ଣ୍ଣା ‘ବ୍ୟବହାର ଦ୍ୱାର ଜଳ ସଞ୍ଚୟ (ନିୟନ୍ତ୍ରିତ) ଏବଂ ଗୋଲକ ଓ ଶିବପ୍ରସାଦ ମିଳିତଭାବେ ନଖରଞ୍ଜକ ସହାୟତାରେ ପାନୀୟରେ ମିଶ୍ରିତ ନିଶା ଚିହ୍ନଟ ଓ ଦୁର୍ବ୍ୟବହାର ପ୍ରତିରୋଧ ଶୀର୍ଷକରେ ପ୍ରକଳ୍ପ ଉପସ୍ଥାପନ କରିଥିଲେ। ଯାହା ବିଚାରକମଣ୍ଡଳୀ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ସୂଚନାଯୋଗ୍ୟ, ସମଗ୍ର ଦେଶରୁ ଏଥିପାଇଁ ୬୫ ହଜାର ଆବେଦନ କରାଯାଇଥିଲା। ତନ୍ମଧ୍ୟରୁ ୪୫ ଜଣ ଛାତ୍ରଛାତ୍ରୀଙ୍କର ୨୯ଟି ଆଇଡିଆକୁ ମନୋନୀତ କରାଯାଇଛି। ପୂର୍ବବର୍ଷ ମଧ୍ୟ ଡିଏଭି ଚନ୍ଦ୍ରଶେଖରପୁର ଛାତ୍ରୀ ପ୍ରିୟଙ୍କା ପଣ୍ଡା ଏହି ଆଓ୍ଵାର୍ଡ଼ ପାଇଁ ମନୋନୀତ ହୋଇଥିଲେ। ଛାତ୍ରଛାତ୍ରୀଙ୍କ ଏହି ସାଫଲ୍ୟରେ ବିଦ୍ୟାଳୟ ଚେୟାରମ୍ୟାନ୍ ଓ ଅଧ୍ୟକ୍ଷ ତଥା ଆଞ୍ଚଳିକ ନିର୍ଦ୍ଦେଶକ ପ୍ରମୁଖ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ଡିଏଭି ଚନ୍ଦ୍ରଶେଖରପୁରର ତିନି ବିଦ୍ୟାର୍ଥୀ ମନୋନୀତ
ଡ. ଅବଦୁଲ୍ କଲାମ୍ ଜାତୀୟ ଇଗ୍ନାଇଟ୍ ଆଓ୍ଵାର୍ଡ଼ -୨୦୧୭
/sambad/media/post_attachments/wp-content/uploads/2017/10/DAV_Pic-Scan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)