ଏକାମ୍ର ପ୍ରକଳ୍ପ ପାଇଁ ଆଡଭାଇଜରି କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ଡକ୍ଟର ସନ୍ତୃପ୍ତ ମିଶ୍ର

ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କର୍ପୋରେଟ୍ ଲିଡରଙ୍କୁ ମନୋନୀତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏକାମ୍ର ପ୍ରକଳ୍ପ ପାଇଁ ଆଡଭାଇଜରି କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ଡକ୍ଟର ସନ୍ତୃପ୍ତ ମିଶ୍ର । ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କର୍ପୋରେଟ ଲିଡର ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କ ମନୋନୀତ କରିଛନ୍ତି ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ପରାମର୍ଶରେ ଏହି ପ୍ରକଳ୍ପ କାମ ଆଗକୁ ଯିବ ।

ଲିଙ୍ଗରାଜ ମନ୍ଦିର ଓ ଏହାର ଆଖପାଖ ଅଂଚଳର ବିକାଶ ଓ ଐତିହ୍ୟର ସଂରକ୍ଷଣ ପାଇଁ ଏକାମ୍ର ପ୍ରକଳ୍ପ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଆଡଭାଇଜରି କମିଟିରେ ସନ୍ତୃପ୍ତଙ୍କ ସହ ୧୯ ଜଣ ସଦସ୍ୟ ରହିବେ । ବର୍ତମାନ ସେ ଆଦିତ୍ୟ ବିର୍ଲା ଗ୍ରୁପ୍ର ମାନବ ସମ୍ବଳ ନିର୍ଦ୍ଦେଶକ ଓ କାର୍ବନ ବ୍ଲାକ୍ ଆଣ୍ଡ କେମିକାଲ୍ ବିଜିନେସ୍ର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି ।

ସମ୍ବନ୍ଧିତ ଖବର