ଚାଲିଗଲେ ଗରିବଙ୍କ ଡାକ୍ତର ମୁରଲୀଧର

ଭୁବନେଶ୍ବର : ବଲାଙ୍ଗୀର ଜିଲ୍ଲାର ବଞ୍ଚିତ ଓ ଦଳିତଙ୍କ ପ୍ରିୟ ଡାକ୍ତର ମୁରଲୀଧର ସାମଲଙ୍କ ଗତକାଲି ସଂଧ୍ୟାରେ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ପ୍ରଭାବତୀ ସାମଲ, ପୁଅ ତଥା କ୍ୟାପିଟାଲ ହସ୍ପିଟାଲର କର୍କଟ ବିଭାଗର ଯୁଗ୍ମ ନିର୍ଦେଶକ ଡା. ନିହାର ରଂଜନ ସାମଲ, ବୋହୂ ରାଣୀ ସାମଲ, ଝିଅ ନିବେଦିତା ସାମଲ ଓ ଜ୍ୱାଇଁ ସହଦେବ ଖଟୁଆଙ୍କ ସମେତ ପରିବାର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଗତ ଅର୍ଧଶତାବ୍ଦୀ ଧରି ଡା. ସାମଲ ସ୍ଥାନୀୟ ଅଞ୍ଚଳରେ ବେଶ୍ ଲୋକପ୍ରିୟ ରହିଥିଲେ। ସ୍ଥାନୀୟ ଅଞ୍ଚଳରେ ସେ ଗରିବଙ୍କ ଡାକ୍ତର ଭାବେ ପରିଚିତ ଥିଲେ। ଚିକିତ୍ସା ନେଇ ଅନେକ ପୁରସ୍କାର ହାସଲ କରିଥିବା ଡା. ସାମଲ ଟିକାକରଣ, ଜିଲ୍ଲା କୁଷ୍ଠ କାର୍ଯ୍ୟକ୍ରମ ଓ ସ୍କୁଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଭଳି ଅନେକ କାର୍ଯ୍ୟକ୍ରମକୁ ସଫଳ ଭାବେ ରୂପାୟନ କରିପାରିଥିଲେ।

ସମ୍ବନ୍ଧିତ ଖବର