ଭୁବନେଶ୍ୱର: ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ନିରବଚ୍ଛିନ ଭାବେ ସମାଜସେବା ଓ ସାଂସ୍କୃତିକ ଧାରା ବଜାୟ ରଖିବାର ଉଲ୍ଲେଖନୀୟ ପ୍ରୟାସ ପାଇଁ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଚଳିତ ବର୍ଷ ସୁରକ୍ଷା ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ଗତ ୨୬ ତାରିଖରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୁରକ୍ଷା ପକ୍ଷରୁ ଏକ ବିଶେଷ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ବିଧାୟକ ପ୍ରିୟଦର୍ଶୀ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଡ. ପାଣିଗ୍ରାହୀଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧିିତ କରିଥିଲେ। ପୂର୍ବରୁ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ସମ୍ମାନ ପାଇଥିବା ଡ. ପାଣିଗ୍ରାହୀ ଏହି ସମ୍ମାନକୁ ନିଜ ସଂଘର ସମସ୍ତ ସଭ୍ୟ ଓ ସଭ୍ୟାଙ୍କୁ ଉତ୍ସର୍ଗ କରିବା ସହ ଏହା ଆଗାମୀ ଦିନରେ ତାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଉତ୍ସବରେ କର୍ପୋରେଟର ଦେବୀ ପ୍ରସାଦ ମଲିକ, କର୍ପୋରେଟର ମାନସୀ ସୁନ୍ଦରାୟ, ସିଏସଆରଜେକେ ରାଜ୍ୟ ମୁଖ୍ୟ ପ୍ରଫୁଲ୍ଲ କୁମାର ଧଳ, ସୁଧାଂଶୁ ମହାପାତ୍ର, ପପୁ ମହାନ୍ତି, କେଶବ ରଣା, ବନ୍ଦନା ପଟ୍ଟନାୟକ, ଲାୟନ ବିଶ୍ୱନାଥ ମହାନ୍ତି, ଅରୁନ୍ଧତୀ ଦେବୀ, ଚନ୍ଦ୍ରଲେଖା ବହିଦାର ପଟ୍ଟନାୟକ ଓ ପ୍ରଦ୍ୟୁମ୍ନ ଜେନା ପ୍ରମୁଖ ଯୋଗ ଦେଇ ଡ. ପାଣିଗ୍ରାହୀଙ୍କୁ ଉତ୍ସାହିତ କରିଥିଲେ।
ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ସୁରକ୍ଷା ନାଗରିକ ସମ୍ମାନ
/sambad/media/post_attachments/wp-content/uploads/2018/01/niladri-vihar-youth-association.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)