ସ୍ମାଇଲ୍ ୱାଲ୍ଡ ପକ୍ଷରୁ ବିଶିଷ୍ଟ ଗାନ୍ଧିବାଦୀ ସମାଜସେବୀ ଏସ.ଏନ୍.ସୁବାରାଓଙ୍କ ବିୟୋଗରେ ଶୋକସଭା

ଭୁବନେଶ୍ବର:  ଜୀବନବ୍ୟାପୀ ଦେଶ ଓ ଭାରତର ଯୁବକମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ  ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଏବଂ ସମସ୍ତଙ୍କ ଭିତରେ ଭାଇଜୀ ନାମରେ ପରିଚିତ ଡ଼ଃ ଏସ୍ ଏନ ସୁବାରାଓଙ୍କ ନିଧନରେ ସ୍ମାଇଲ୍ ୱାଲ୍ଡ ତରଫରୁ ଏକ ଶୋକସଭା ଆୟୋଜିତ ହୋଇଛି। ଏଥିରେ ସ୍ମାଇଲ୍ ୱାଲ୍ଡର ପ୍ରତିଷ୍ଠାତା ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ଗୌଡ଼ଙ୍କ ସଭାପତିତ୍ୱରେ ଉପାଧ୍ୟକ୍ଷ  ଶୁଭଙ୍କର ମହାନ୍ତି, ସଂପାଦକ ସିଦ୍ଧାର୍ଥ ପ୍ରିୟଦର୍ଶୀ, ଅସିତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ଅଭିରାମ ଗୌଡ଼,ଶୁଭଙ୍କର ସାମଲ୍,ଜୟଶ୍ରୀ ଗୁମାନ ସିଂ,ସ୍ୱୟଂ ରାୟଚୌଧୁରୀ,ଚିନ୍ମୟ ରଞ୍ଜନ ସାହୁ,ଆଲୋକ ଚନ୍ଦ୍ର ସାହୁ,ଅଶ୍ରୁମୋଚନ ପାତ୍ର,ସୋମନାଥ ମାଝୀ,ସୁଧାଂଶୁ ମାଝୀ,ଦେବାଶିଷ ମାଝୀ,ଟି.ବର୍ଷାରାଣୀ ସରାବ ପ୍ରମୁଖ ଉପସ୍ଥିତ ଥିଲେ। ବକ୍ତାମାନେ ଭାଇଜୀ ସୁବାରାଓଙ୍କୁ ଚମ୍ବଲର ଗାନ୍ଧୀ ତଥା ମହାତ୍ମାଗାନ୍ଧିଙ୍କର ଅନ୍ୟ ଏକ ରୂପ ବୋଲି ବର୍ଣ୍ଣନା କରିଥିଲେ।

କାରଣ ତାଙ୍କର ପ୍ରେରଣା, ପ୍ରେମ ଓ ବଳିଷ୍ଠ ନେତୃତ୍ୱ ବଳରେ ଚମ୍ବଲର ୬୫୪ ଦୁର୍ଦ୍ଦାନ୍ତ ଡାକାୟତ ଆତ୍ମସମର୍ପଣ କରିଥିଲେ । ତା’ ଛଡା ସେ ଜୀବନ ତମାମ ଜାତୀୟ ଯୁବ ପ୍ରକଳ୍ପ ମାଧ୍ୟ୍ୟମରେ ଦେଶର ଅଖଣ୍ଡତା,ଏକତା ଓ ସଂହତି ପାଇଁ ଦେଶର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଯୁବକଙ୍କୁ ଅନୁପ୍ରାଣିତ କରିଥିଲେ।

ସମ୍ବନ୍ଧିତ ଖବର