ଡା.ସୁଜାତା କରଙ୍କୁ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏକ୍ସେଲେନ୍ସ ଆଓ୍ଵାର୍ଡ’

ଭୁବନେଶ୍ୱର : ‘ବ୍ରାଣ୍ଡ୍‌ ଆଇକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ପକ୍ଷରୁ ଓଡ଼ିଶାର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୁଜାତା କରଙ୍କୁ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏକ୍ସେଲେନ୍ସ ଆଓ୍ଵାର୍ଡ’ ପ୍ରଦାନ କରାଯାଇଛି। ଓଡ଼ିଶାର ଶ୍ରେଷ୍ଠ ଆଇଭିଏଫ୍‌ ସେଣ୍ଟର୍‌ ଭାବେ ତାଙ୍କ ଦ୍ୱାରା ପରିଚାଳିତ ‘କର କ୍ଲିନିକ୍‌’କୁ ଏହି ସମ୍ମାନ ମିଳିଛି। ଥାଇଲାଣ୍ଡରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍‌ଙ୍କଠାରୁ ଡାକ୍ତର କର ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଖାଲି ସେତିକି ନୁହେଁ, ପ୍ରତିବର୍ଷ ଟାଇମ୍‌ସ ଅଫ୍‌ ଇଣ୍ଡିଆର ର‍୍ୟାଙ୍କିଙ୍ଗ୍‌ରେ କର କ୍ଲିନିକ୍‌ ଶୀର୍ଷରେ ରହିଆସୁଛି। ତେବେ ଓଡ଼ିଶାର ଏକ କ୍ଲିନିକ୍‌ ଆନ୍ତର୍ଜାତିକସ୍ତରରେ ପୁରସ୍କୃତ ହେବା ନେଇ ଡା.କର ଆନନ୍ଦ ପ୍ରକାଶ କରିଥିବା ବେଳେ ରାଜ୍ୟବାସୀଙ୍କ ମଧ୍ୟରେ ଅଧିକ ସଚେତନତା ପାଇଁ ସେ ଆଶା ବ୍ୟକ୍ତ କରିଛନ୍ତି। ସ୍ତ୍ରୀ-ରୋଗ ସମ୍ପର୍କିତ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ଓଡ଼ିଶାରେ ୧୫ ବର୍ଷ ତଳୁ ଉପଲବ୍ଧ ଥିବା ବେଳେ ସଚେତନତା ଅଭାବରୁ ଦମ୍ପତିମାନେ ଚିକିତ୍ସାରେ ବିଳମ୍ବ କରନ୍ତି କିମ୍ବା ହାଇଦ୍ରାବାଦ୍‌ ଓ ମୁମ୍ବାଇ ଭଳି ସହର ଯାଇ ଅଯଥା ଖର୍ଚ୍ଚାନ୍ତ ହୁଅନ୍ତି ବୋଲି ସେ କହିଛନ୍ତି। ଓଡ଼ିଶାରେ ସମସ୍ତ ଚିକିତ୍ସା ପଦ୍ଧତି, ଆଧୁନିକ ଉପକରଣ ସହ ଉଚ୍ଚ ତାଲିମପ୍ରାପ୍ତ ଡାକ୍ତର ମଧ୍ୟ ଉପଲବ୍ଧ। ତେଣୁ ଉକ୍ତ ପୁରସ୍କାର ଓଡ଼ିଶାବାସୀଙ୍କ ମଧ୍ୟରେ ଯଦି ଏହି ସଚେତନତା ସୃଷ୍ଟି କରିପାରନ୍ତା ତେବେ ତାହା ମୋ ପାଇଁ ଶ୍ରେଷ୍ଠ ପୁରସ୍କାର ହୁଅନ୍ତା ବୋଲି ଡାକ୍ତର କର କହିଛନ୍ତି।

ସମ୍ବନ୍ଧିତ ଖବର