ଭୁବନେଶ୍ବର: ଦୀର୍ଘ ବର୍ଷ ହେଲା ପୂର୍ତ୍ତ ବିଭାଗର ଯେଉଁ ସବୁ ଡ୍ରେନ୍ ସଫା ହେଉନଥିଲା, ଏଥର ତାହା ସଫା ହୋଇଛି। ରାଜଧାନୀରେ ଜଳବନ୍ଦୀ ସମସ୍ୟାର ଅନ୍ୟତମ କାରଣ ପାଲଟୁଥିବା ଏହି ଡ୍ରେନ୍ଗୁଡ଼ିକ ଏଥର ସଫା ହୋଇଥିବାରୁ ପ୍ରମୁଖ ଅଞ୍ଚଳରେ ବର୍ଷା ପାଣି ଜମିବା ସମ୍ଭାବନା କମ୍। କିନ୍ତୁ ଏହି ଡ୍ରେନ୍ ସଫା କରିବା ପାଇଁ ବିଭିନ୍ନ ସ୍ଥାନରୁ ସ୍ଲାବ୍ଗୁଡ଼ିକୁ କାଢ଼ିବା ବେଳେ ସେଗୁଡ଼ିକ ଭାଙ୍ଗି ଯାଇଥିବାରୁ ଏବେ ବହୁ ସ୍ଥାନରେ ଡ୍ରେନ୍ ମୁକୁଳା ପଡ଼ିଛି। ଆଗରୁ ବହୁ ସ୍ଥାନରେ ଡ୍ରେନ୍ ମୁକୁଳା ପଡ଼ିଥିବାବେଳେ ଏବେ ଏହି ସଂଖ୍ୟା ଆହୁରି ବଢ଼ିଯାଇଛି। ବର୍ଷା ହେଲେ ପାଣି ସିନା ଜମିବନି ହେଲେ ଲୋକ ଡ୍ରେନ୍ରେ ପଡ଼ି ଖଣ୍ଡିଆ ଖାବରା ହେବେ ନଚେତ୍ ମୃତ୍ୟୁ ମୁଖରେ ପଡ଼ିବେ। ବେ ଡ୍ରେନ୍ ସଫା ହୋଇଥିବା ବେଳେ ସେଥିରୁ ବାହାରିଥିବା ଆବର୍ଜନାଗୁଡ଼ିକୁ ଡ୍ରେନ୍ କଡ଼ରେ ଗଦା ହୋଇଛି। ଯାହା ବର୍ଷା ହେଲେ ପୁଣି ଡ୍ରେନ୍ରେ ମିଶିବ। ହେଲେ ଯେଉଁ ସ୍ଲାବ୍ଗୁଡ଼ିକୁ କଢ଼ାଯାଇଥିଲା ସେଗୁଡ଼ିକ ଏବେ ଗାଏବ ହୋଇଯାଇଛି। ଏଗୁଡ଼ିକ ରାସ୍ତାରେ ପଡ଼ି ରହିବାରୁ ଲୋକ ଖଣ୍ଡିଆ ଖାବରା ହେଲେ। ତେଣୁ ଏହାକୁ ଟେକିକି ଅନ୍ୟତ୍ର ଫୋପାଡ଼ି ଦେଲେ। ଆଉ କେତେକ ସ୍ଥାନରେ କବାଡ଼ିଆ କଢ଼ା ଯାଇଥିବା ସ୍ଲାବ୍କୁ ଭାଙ୍ଗି ଲୁହା ରଡ୍ କାଢ଼ି ନେଇଗଲେ। ଫଳରେ ମୁକୁଳା ଡ୍ରେନ୍ରେ ପକାଇବାକୁ ଆଉ ଭଙ୍ଗା ସ୍ଲାବ୍ ବି ନାହିଁ। ଯଦି ପୂର୍ତ୍ତ ବିଭାଗ ମୁକୁଳା ଡ୍ରେନ୍ଗୁଡ଼ିକ ଉପରେ ସ୍ଲାବ୍ ନପକାଏ ତେବେ ବର୍ଷା ଋତୁରେ ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇ ହେବନି।
ଡ୍ରେନ୍ ସଫା ହେଲା ସ୍ଲାବ୍ ପଡ଼ିଲାନି
/sambad/media/post_attachments/wp-content/uploads/2019/06/Untitled-19-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)