ଲକ୍ଷ୍ମୀସାଗରବାସୀଙ୍କ ଦୁଃଖ ପାଲଟିଛି ମୁଖ୍ୟ ଡ୍ରେନ୍‌-୫

ଭୁବନେଶ୍ବର : ଶ୍ରୀୟା ଛକରୁ ବାହାରି ଲକ୍ଷ୍ମୀସାଗର ଦେଇ ଗଙ୍ଗୁଆରେ ମିଶିଥିବା ମୁଖ୍ୟ ଡ୍ରେନ୍‌-୫ ଏବେ ଲକ୍ଷ୍ମୀସାଗର ଏବଂ ଏହା ଆଖପାଖ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ବିଏମ୍‌ସିର ଅପାରଗତା ଯୋଗୁଁ ଏହି ଡ୍ରେନ୍ ଏବେ ବର୍ଷତମାମ୍‌  ‌ଲୋକଙ୍କୁ ଅସୁବିଧାରେ ପକାଉଛି ବୋଲି ଲକ୍ଷ୍ମୀସାଗର ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗ୍ରାମବାସୀମାନଙ୍କ ଅଭିଯୋଗ ହେଲା, ଏହି ନାଳକୁ ଠିକ୍ ଭାବେ ସଫା କରାଯାଉ ନଥିବାରୁ ଏଥିରେ କୁଢ଼କୁଢ଼ ଆବର୍ଜନା ବର୍ଷତମାମ୍‌ ଗଦା ହୋଇ ରହୁଛି। ଡ୍ରେନ୍‌ର ଲେଭେଲିଂ ଠିକ୍ ଭାବେ କରାଯାଉ ନଥିବାରୁ ଏଥିରେ ପାଣି ଜମି ରହୁଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଏପରିକି ବହୁ ସ୍ଥାନରେ ଜବରଦଖଲ ଯୋଗୁଁ ଡ୍ରେନ୍ ସଙ୍କୁଚିତ ହୋଇଯାଇଛି। କିନ୍ତୁ ଜବରଦଖଲକାରୀଙ୍କୁ ହଟାଯାଉନି। ଡ୍ରେନ୍‌କୁ ଓସାର କରିବା ପରିବର୍ତ୍ତେ ସଙ୍କୁଚିତ କରିଦିଆଯାଇଛି। ବର୍ଷା ଦିନ ପୂର୍ବରୁ ଏହାର ପୁନଃନିର୍ମାଣ, ସଫେଇ କରାନଗଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର