ଭୁବନେଶ୍ୱର: ଜୀବନରେ ଅନେକ ଘଟଣା ଘଟେ। ସମୟ ଗଡ଼ିବା ସହ ଏହି ସବୁ ଘଟଣାବଳୀ ସ୍ମୃତି ହୋଇ ରହିଯାଏ ମଣିଷ ହୃଦୟରେ। ବେଳେବେଳେ ସ୍ମୃତି ସବୁ ମାନସପଟ୍ଟକୁ ଆସି ଖୁସି ଦିଏ ତ’ କେବେ ପୁଣି ବିଷାଦ ଭରିଦିଏ। ଜୀବନର ଏଭଳି ଏକ ନିଚ୍ଛକ ଅନୁଭବକୁ ନେଇ ଆଜି ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଅଭୁଲା- ଏକ ମୁହୂର୍ତ୍ତ’। ନାଟ୍ୟକାର ବିଜୟ ମିଶ୍ରଙ୍କ ଲେଖକୀୟ ଜୀବନର ୫୬ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ବିଜୟ- ଏକ ଉଚ୍ଛ୍ୱାସ’ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ନାଟକ ସନ୍ଧ୍ୟା। ନାଟକର ରଚନା ଓ ନିର୍ଦ୍ଦେଶନା ଅରିନ୍ଦମ ମିଶ୍ର କରିଥିବା ବେଳେ ରାଜୀବ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ଅଭିନୟକୁ ଓହ୍ଲାଇଥିଲେ ସଲିଲ ମିତ୍ର, ବ୍ୟୋମକେଶ ରାଜଗୁରୁ, ଦୁଷ୍ମ୍ମନ୍ତ ପତି ଓ ସତ୍ୟବ୍ରତ ଦାସ ପ୍ରମୁଖ। ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଅଧ୍ୟାପିକା ସଂଘମିତ୍ରା ମିଶ୍ର ଓ ନାଟ୍ୟକାର ବିଜୟ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ବଟକୃଷ୍ଣ ତ୍ରିପାଠୀ ଓ ସଂପାଦକ ଅରିନ୍ଦମ ମିଶ୍ର ଉପସ୍ଥିତ ଥିଲେ।
ସ୍ମୃତି କେବେ ଖୁସି ଦିଏ ତ’ କେବେ ବିଷାଦ
/sambad/media/post_attachments/wp-content/uploads/2017/12/m2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)