ଭୁବନେଶ୍ୱର : ନାରୀ ଜୀବନର ଶ୍ରେଷ୍ଠ ଅବଦାନ ହେଉଛି ମାତୃତ୍ବ। କିନ୍ତୁ ସବୁ ନାରୀଙ୍କୁ ଏହି ସୁଯୋଗ ମିଳେନା। ତଥାପି ନିଜ ଔରସରୁ ପିଲାଟିଏ ପାଇଁ ବାପାମା’ ଭଡ଼ାରେ ମିଳୁଥିବା ସରୋଗଟେ୍ ମା’ର ଆଶ୍ରୟ ନିଅନ୍ତି। ଗର୍ଭଧାରଣର ସମସ୍ତ କଷ୍ଟ ସହ୍ୟ କରି ସେହି ଭଡ଼ାଟିଆ ସରୋଗେଟ୍ ମା’ଟି ଶେଷରେ କଅଁଳ ଶିଶୁଟିକୁ ତା’ର ବାପାମା’ଙ୍କୁ ସମର୍ପି ଦିଏ। ଗର୍ଭରେ ଧରିଥିବା ମା’ ଓ ଶିଶୁର ସମ୍ପର୍କର ଯବନିକା ସେଇଠି ପଡ଼ିଯାଏ। କିନ୍ତୁ ସତରେ କ’ଣ ଏହି ସମ୍ପର୍କର ଅଛିଣ୍ଡା ଡୋରି ଏହିଠାରେ ସବୁଦିନ ପାଇଁ ଛିଡ଼ିଯାଏ? ଭଡ଼ାଟିଆ ସରୋଗେଟ୍ ମା’ଟି କ’ଣ ଭୁଲିପାରେ ଦଶ ମାସ ଗର୍ଭରେ ଧରିଥିବା ଶିଶୁକୁ? ଏମିତି ଏକ କରୁଣ କାହାଣୀକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ମା’। ‘ଆରୋହଣ’ ଥିଏଟରର ୨୯ତମ ନିଖିଳ ଉତ୍କଳ ନାଟ୍ୟ ଉତ୍ସବର ଶେଷ ସନ୍ଧ୍ୟାରେ ଦର୍ଶକଙ୍କୁ ବେଶ୍ ବିମୋହିତ କରିଥିଲା ଏହି ନାଟକ। ନାଟକଟିରେ ନିର୍ଦ୍ଦେଶନା ଦେଇଥିଲେ ଇଂ ପ୍ରୀତିରଞ୍ଜନ ମିଶ୍ର ଓ ରଚନା କରିଥିଲେ ଡ. ଶୈଳେଶ୍ୱର ନନ୍ଦ। ମଞ୍ଚ ପରିଚାଳନା କରିଥିଲେ ପିୟୂଷ ରଂଜନ ପରିଡ଼ା। ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ନାଟ୍ୟକାର ନାରାୟଣ ସାହୁ ଓ ଫ୍ୟୁଚର୍ ଫର୍ଟିଲିଟି ଆଇଭିଏଫ୍ ମୁଖ୍ୟ ପରାମର୍ଶଦାତା ତଥା ପରିଚାଳନା ନିର୍ଦ୍ଦେଶକ ଡାକ୍ତର ବବିତା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
ସରିଲା ‘ଆରୋହଣ’ ନାଟ୍ୟ ଉତ୍ସବ : ସରୋଗେଟ୍ ମା’ର ଦୁଃଖ ବଖାଣିଲା ନାଟକ ‘ମା’
/sambad/media/post_attachments/wp-content/uploads/2021/03/m30.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)