କାଞ୍ଚି ଅଭିଯାନରେ ଭକ୍ତ ଓ ଭଗବାନଙ୍କ ପ୍ରେମ

ଓଡ଼ିଶା ସଚିବାଳୟ ମିଳିତ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

ଭୁବନେଶ୍ୱର:ବାନ ତାଙ୍କ ଭକ୍ତକୁ ଉଦ୍ଧାର କରିଛନ୍ତି। ଗଜପତି ପୁରୁଷୋତ୍ତମଙ୍କ ଆକୁଳ ପ୍ରାର୍ଥନାରେ ଥରି ଉଠିଛି ଭଗବାନଙ୍କ ସିଂହାସନ। ସେବକ ଗଜପତିଙ୍କ ଅପମାନର ପ୍ରତିଶୋଧ ନେବା ପାଇ ପାଇକ ବେଶରେ ଭଗବାନ ବାହାରିଛନ୍ତି କାଞ୍ଚି ଯୁଦ୍ଧକୁ।
ଓଡ଼ିଶା ସଚିବାଳୟ ମିଳିତ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଉଦ୍‌ଯାପନୀ ଦିବସରେ ଏପରି ପୌରାଣିକ କଥାବସ୍ତୁ ନେଇ ରବୀନ୍ଦ୍ରମଣ୍ଡପରେ ଦେଖିବାକୁ ମିଳିଥିଲା ନାଟକ ‘କାଞ୍ଚି ଅଭିଯାନ’। ପୂର୍ଣ୍ଣଚନ୍ଦ୍ର କାନୁନଗୋ ନାଟକର ରଚନା କରିଥିଲେ। ସନ୍ତୋଷ ମହାନ୍ତି ନିର୍ଦେଶନା ଓ ଧନେଶ୍ୱର ସାହୁ ସହ ନିର୍ଦେଶନା ଦେଇଥିଲେ। ବିଭିନ୍ନ ଚରିତ୍ରରେ ଲମ୍ବୋଦର, ପ୍ରଦୀପ, ଦେବୀପ୍ରସାଦ, ଅସିତ, ହରପ୍ରସାଦ, ଉପେନ୍ଦ୍ର, ନିରଞ୍ଜନ, ରଣା, ସୌମେନ୍ଦ୍ର, ପ୍ରଦୀନ କୁଅଁର, ମାନସ,କେଦାର, ଲଗେନ୍ଦ୍ର, ବେବି ମଣ୍ଡଳ, ପ୍ରଣତୀ, ସୀମା ମିଶ୍ର ଓ ଶିଶୁ କଳାକାର ସତ୍ୟମ୍‌ ପ୍ରମୁଖ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର