ନାଟକ ‘ମାଟି କଣ୍ଢେଇ’ ମଞ୍ଚସ୍ଥ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ରିକ୍ରିଏସନ କ୍ଲବ ଦ୍ୱାରା ୪୯ତମ ନାଟକ ‘ମାଟି କଣ୍ଢେଇ’ ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ହୋଇଯାଇଛି। ଦୁଇଦିନ ଧରି ମଞ୍ଚସ୍ଥ ହୋଇଥିବା ଏହି ନାଟକ ଦର୍ଶକଙ୍କ ଦ୍ୱାରା ବେଶ୍‌ ଆଦୃତ ହୋଇଛି। ମନୋଜ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ନାଟକରେ କାହାଣୀ ରଚନା ସୁଧାଂଶୁ ନାୟକ କରିଥିଲେ। ବିନୟ ଦାସ ସଂଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ବ୍ରଜ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ଏହି ନାଟକରେ ବିବେକାନନ୍ଦ ମିଶ୍ର, ସନ୍ତୋଷ ମହାନ୍ତି, ଶୁଭକାନ୍ତ ପାଢ଼ୀ, କେଦାର ରାଉତ, ଅରୁଣ ସାହୁ, ରବି ନାରାୟଣ ସାହୁ, ଯୋଗେନ୍ଦ୍ର ପ୍ରଧାନ, ଅକ୍ଷୟ ସ୍ୱାଇଁ, ଲକ୍ଷ୍ମୀଧର ରଥ, ପ୍ରମୋଦ ମିଶ୍ର, ଅଞ୍ଜଳି ପଣ୍ଡା, ବେବି ମଣ୍ଡଳ ଏବଂ ଲକ୍ଷ୍ମୀପ୍ରିୟା ସେନାପତି ପ୍ରମୁଖ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର