ଭୁବନେଶ୍ବର: ରାଉରକେଲାର ସିଭିକ୍ ସେଣ୍ଟର୍ରେ ‘ସ୍ପନ୍ଦନ’ ପକ୍ଷରୁ ୩୦ତମ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ଉତ୍ସବ-୨୦୧୯ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ବରର ‘ଶ୍ବେତପଦ୍ମା ସାଂସ୍କୃତିକ ପରିବାର’ ପକ୍ଷରୁ ନାଟକ ‘ଜୀନତ୍’ ପରିବେଷଣ କରାଯାଇଥିଲା। ଶ୍ବେତପଦ୍ମାର ପ୍ରତିଷ୍ଠାତା ପ୍ରଦୀପ ବିଶ୍ବାଳ ଏହି ନାଟକଟି ରଚନା କରିବା ସହ ନିର୍ଦ୍ଦେଶନା ଦେଇଥିଲେ। ତାପସ ସାହୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଅଭିନୟରେ ଥିଲେ ବିରଞ୍ଚି ଦାସ, ପଞ୍ଚାନନ ଦାସ, ଲମ୍ବୋଦର, ପ୍ରଦୀପ ପାଇକରାୟ, ଆନନ୍ଦ, ପ୍ରଦୀପ ଦାସ, ଅନନ୍ୟା ମହାପାତ୍ର ଓ ବିରଶ୍ରୀ ନୃପେନ୍ଦ୍ର କୁମାର ଦାସ। ‘ମନର ମିଳନରେ ସୃଷ୍ଟି ହୁଏ ଆବେଗ, ଆବେଗରୁ ପ୍ରେମ, ପ୍ରେମର ପରିତୃପ୍ତିରେ ଆତ୍ମାର ମିଳନ’ ଏମିତି ବିଷୟବସ୍ତୁକୁ ନେଇ ନାଟକଟି ପ୍ରସ୍ତୁତି ହୋଇଛି। ଦର୍ଶକମାନେ ନାଟକଟିକୁ ବେଶ୍ ପ୍ରଶଂସା କରିଥିଲେ। ନାଟ୍ୟ ବ୍ୟକ୍ତିତ୍ବ ବିଧୁଭୂଷଣ ନନ୍ଦ ଏଥିରେ ଅତିଥି ଭାବେ ଯୋଗ ଦେଇ ନିର୍ଦ୍ଦେଶକ ଶ୍ରୀ ବିଶ୍ବାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆୟୋଜନ କମିଟିର ସାଧାରଣ ସମ୍ପାଦକ ସମର ମୁଦାଲି ଉପସ୍ଥିତ ଥିଲେ।
ଶ୍ବେତପଦ୍ମା ପକ୍ଷରୁ ନାଟକ ‘ଜୀନତ୍’
/sambad/media/post_attachments/wp-content/uploads/2019/12/jh65sdf4jh98sf7jhsf8h4fs65h4sf65h4s64h65sf4hsfhsfhfsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)