ଆଶାବାଣୀ ଫାଉଣ୍ଡେସନ୍‌ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

ଭୁବନେଶ୍ୱର : ସହିଦନଗର ସ୍ଥିତ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ ପାର୍ଶ୍ୱ ଜୟଦେବ କମ୍ପ୍ଲେକ୍ସ କାର୍ଯ୍ୟାଳୟରେ ଆଶାବାଣୀ ଫାଉଣ୍ଡେସନ୍‌ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର ଓ ଆଖପାଖରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ମେଡାଲ, ସିଲ୍‌ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଶ୍ରୀମା ବିଦ୍ୟାପୀଠର ପ୍ରଧାନଶିକ୍ଷକ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଟ୍ରଷ୍ଟର ସମ୍ପାଦକ ପଦ୍ମନାଭ ତ୍ରିପାଠୀ ଓ ସଂଯୋଜକ ଜିତେନ୍ଦ୍ର କୁମାର ସାହୁ, ସରୋଜ କୁମାର ଓଝା ଏବଂ ଦିଲ୍ଲୀପ କୁମାର ଦାସ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର