‘ସୂର୍ଯ୍ୟପ୍ରଭା’ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

ଭାଗନେଲେ ବିିଭିନ୍ନ ଜିଲ୍ଲାରୁ ୫୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ଦୈନିକ ଖବର କାଗଜ ସୂର୍ଯ୍ୟପ୍ରଭା ପକ୍ଷରୁ ଗୁରୁବାର ଦିନ ଇନ୍ଦିରା ଗାନ୍ଧୀ ପାର୍କଠାରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ୫୦୦ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇ ବିଭିନ୍ନ ବିଷୟରେ ଚିତ୍ର ଅଙ୍କନ କରିଥିଲେ । ବିଧାୟକ ପ୍ରଣବ କୁମାର ବଳବନ୍ତ ରାୟ, ବିଜ୍‌ନେସ୍‌ ଷ୍ଟାଣ୍ଡାର୍ଡର ଓଡ଼ିଶା ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ, ଷ୍ଟେଟ୍‌ସମ୍ୟାନର ଓଡ଼ିଶା ମୁଖ୍ୟ କେ. ରବି, ସ୍ପର୍ଶ ହସ୍ପିଟାଲ୍‌ର ସିଏମ୍‌ଡି ଡ. ପ୍ରିୟବ୍ରତ ଧୀର, ସୂର୍ଯ୍ୟପ୍ରଭାର ପରିଚାଳନା ନିର୍ଦେଶକ ବିକାଶ ସ୍ୱାଇଁ, ସମ୍ପାଦକ ରବି କାନୁନଗୋ, ପରିଚାଳନା ସଂପାଦକ ଦେବେନ୍ଦ୍ର ପୃଷ୍ଟିଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର