ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ

Advertisment

ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରାୟ ୧୫ରୁ ଊର୍ଦ୍ଧ୍ବ ସ୍କୁଲର ୪୮୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ବ୍ରହ୍ମେଶ୍ବର ପାଟଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଅନ୍ବେଷ କୁମାର ମୁଦୁଲି ପ୍ରଥମ, ବ୍ରହ୍ମେଶ୍ବର ପାଟଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଅର୍ପିତା ସାହୁ ଦ୍ବିତୀୟ ଓ ବ୍ରହ୍ମେଶ୍ବର ପାଟଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସୁପ୍ରଭା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ହସ୍ତାକ୍ଷର ପ୍ରତିଯୋଗିତା ଭିଏସ୍‌ଏସ୍ ନଗର ସୁରେନ୍ଦ୍ର ସାଏ ବିଦ୍ୟାମନ୍ଦିରର ସ୍ବୟଂସୁଧା ଶୁଭଲକ୍ଷ୍ମୀ ମହାନ୍ତି ପ୍ରଥମ, ସମେଇଗାଡ଼ିଆ ସୋମନାଥ ଶିକ୍ଷା ନିକେତନର ପୁଷ୍ପାଞ୍ଜଳି ଦେହୁରୀ ଦ୍ବିତୀୟ ଓ ୟୁନିଭରସିଟି ସ୍କୁଲ, ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ପ୍ରଜ୍ଞାସିନୀ ସାହୁ ତୃତୀୟ ହୋଇଥିଲେ। ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ଖାରବେଳ ନଗର ସେଣ୍ଟ୍‌ ଜୋସେଫ୍ ସ୍କୁଲର ପ୍ରୀତିଶ ପଟ୍ଟନାୟକ, ସତ୍ୟଭାମାପୁର ବିଜେଇଏମ୍‌ ସ୍କୁଲର ଅଭିନଭ ନନ୍ଦୀ ଓ ଭିଏସ୍‌ଏସ୍ ନଗର ସୁରେନ୍ଦ୍ରସାଏ ବିଦ୍ୟାମନ୍ଦିରର ଶୁଚିସ୍ମିତା ଭୋଇ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚିତ୍ରାଙ୍କନ ଓ ହସ୍ତାକ୍ଷରର ବିଚାରକ ଭାବେ ଚିତ୍ରଶିଳ୍ପୀ ଜ୍ଞାନୀନ୍ଦ୍ର ଦାସ ଓ ସସ୍ମିତା କାମଲିଆ, ଭାଷାଜ୍ଞାନର ବିଚାରକ ଭାବେ ଲିଙ୍ଗରାଜ ମହାନ୍ତି ଓ ରାଧାରାଣୀ ବଳିୟାରସିଂହ ମୂଲ୍ୟାଙ୍କନ କରିଥିଲେ। ପ୍ରଭୁଜୀ ସ୍କୁଲର ଅଧ୍ୟକ୍ଷ ଅଭୟ ରଥଙ୍କ ସମେତ ମୁଖ୍ୟ ପ୍ରଶାସନିକ ଅଧିକାରୀ ନୃସିଂହ କୁମାର ବିଶ୍ବାଳ, ଶିକ୍ଷକ ବୈକୁଣ୍ଠନାଥ ଦାସ ଓ ଅନ୍ୟାନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀମାନେ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ।

publive-image

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ୍‌-୮

ୟୁନିଟ୍‌-୮ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୫୪୨ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ୍‌-୮ର ସ୍ମୃତି ସ୍ମାରକୀ ହୋତା, ପ୍ରଣତୀ ମଞ୍ଜରୀ ପ୍ରଧାନ, ସାଇଲି ତ୍ରିପାଠୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ହସ୍ତାକ୍ଷର ପ୍ରତିଯୋଗିତାରେ ଏହି ବିଦ୍ୟାଳୟର ପ୍ରିୟା ପ୍ରିୟଦର୍ଶିନୀ ସ୍ୱାଇଁ, ସୌମ୍ୟାଶ୍ରୀ ବେହୁରା, ସ୍ୱସ୍ତି ମହାପାତ୍ର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ଏହି ବିଦ୍ୟାଳୟର ଶ୍ରେୟାଂଶ ହୋତା, ଡିଏଭି ପବ୍ଲିକ୍‌ ସ୍କୁଲ୍‌ର ସ୍ୱୟଂ ସିଦ୍ଧି ରାଉତ ଓ ସୂର୍ଯ୍ୟ କୃଷ୍ଣ ଜେନା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଚାରକ ଭାବେ ରମେଶ ଚନ୍ଦ୍ର ବେହେରା, ତନ୍ଦ୍ରାଲତା ଦାସ, ଓମ୍‌ ପ୍ରକାଶ ବାରିକ, ହିଂମାଶୁ ମହନ୍ତ ପ୍ରମୁଖ ଯୋଗଦେଇଥିଲେ। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପବିତ୍ର ମୋହନ ନାୟକ, ଲିଙ୍ଗରାଜ ମିଶ୍ର, ସୁବାସ ଚନ୍ଦ୍ର ସାହୁଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଖଣ୍ଡଗିରି

publive-image

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଖଣ୍ଡଗିରିରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ୩୧୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଭରତପୁରସ୍ଥିତ ଡ. ବି ଆର୍‌ ଆମ୍ବେଦକର ବିଦ୍ୟାପୀଠର ୧୦ମ ଶ୍ରେଣୀର ଛାତ୍ରୀ ତପସ୍ବିନୀ ମହାପାତ୍ର, ଘାଟିକିଆ ସରସ୍ବତୀ ଶିଶୁବିଦ୍ୟାମନ୍ଦିରର ୧୦ମ ଶ୍ରେଣୀର ଛାତ୍ରୀ ଜି. ସମୀରା ଓ ପ୍ରଜ୍ଞାଶ୍ରୀ ଓଝା ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଦଖଲ କରିଥିଲେ। ହସ୍ତାକ୍ଷର ପ୍ରତିଯୋଗିତା‌ରେ ଘାଟିକିଆ ସରସ୍ବତୀ ଶିଶୁବିଦ୍ୟାମନ୍ଦିରର ୬ଷ୍ଠ ଶ୍ରେଣୀର ଛାତ୍ରୀ ଶିବାଙ୍ଗୀ ବିଶ୍ବାଳ, ଡୁମୁଡୁମା ଗ୍ରାମ ସରକାରୀ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ରୀ ଶୁଭଲକ୍ଷ୍ମୀ ପଣ୍ଡା, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଖଣ୍ଡଗିରିର ୮ମ ଶ୍ରେଣୀର ଛାତ୍ରୀ ମୋନାଲିସା କଡ୍ରିଆ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ କଳିଙ୍ଗନଗର କେ-୩ ସରସ୍ବତୀ ଶିଶୁବିଦ୍ୟାମନ୍ଦିରର ୫ମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସ୍ବାଗତିକା ସାହୁ ପ୍ରଥମ ସ୍ଥାନ, ଘାଟିକିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୪ର୍ଥ ଶ୍ରେଣୀର ଛାତ୍ରୀ ବୈଷ୍ଣବୀ ମହାରଣା ଦ୍ବିତୀୟ ଓ ବିଜେଇଏମ୍‌ ସ୍କୁଲ୍‌ର ୪ର୍ଥ ଶ୍ରେଣୀ ଛାତ୍ର ଅମ୍ରିତ କୁମାର ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଚାରକ ଭାବେ ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା ପାଇଁ ଡ. ହିମାଦ୍ରି ତନୟା ମିଶ୍ର, ସଂଘମିତ୍ରା ମହାପାତ୍ର ଉପସ୍ଥିତ ଥିବା ବେଳେ ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତା ପାଇଁ ଜଗନ୍ନାଥ ଦାସ, ଚନ୍ଦ୍ରଶେଖର ସେଠୀ ଯୋଗଦେଇଥିଲେ। ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ପାଢ଼ୀ, ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କ ସହଯୋଗରେ ଏହି ପ୍ରତିଯୋଗିତା ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା।