୫୦ଫୁଟ୍‌ର ବୋଇତ ଆଙ୍କି ରେକର୍ଡ କଲେ ୪ ଚିତ୍ରଶିଳ୍ପୀ

କାର୍ତ୍ତିକ ପୂର୍ଣ୍ଣମୀରେ ପ୍ରଦର୍ଶିତ ହେଲା ଓଡ଼ିଶାର ସବୁଠାରୁ ବଡ଼ ମୁରୁଜ କଳା

ଭୁବନେଶ୍ୱର : ଦିନ ଥିଲା ଓଡ଼ିଆ ସାଧବ ପୁଅମାନେ ଜାଭା, ସୁମାତ୍ରା ଓ ବାଲିଦ୍ୱୀପକୁ ନୌବାଣିଜ୍ୟ କରିବାକୁ ଯାଉଥିଲେ। ଅତୀତର ଏହି ପରମ୍ପରାକୁ ମନେ ପକାଇବାକୁ ଯାଇ  ଧଉଳି ଚାରୁକଳା ମହାବିଦ୍ୟାଳୟର ଚାରି ଜଣ ଛାତ୍ର ଜ୍ୟୋତିରଞ୍ଜନ ସାହୁ, ମାନସ କୁମାର ମହାରଥୀ, ନାଇଣ୍ଟିୱାନ୍‌ ସରାଫ ଓ ହୀରାଲାଲ୍‌ ରାଉତ ସ୍ଥାନୀୟ ଇନ୍ଦିରା ପାର୍କ ପରିସରରେ ଅଙ୍କନ କରିଛନ୍ତି ମୁରୁଜରେ ୫୦ଫୁଟ୍‌ ଓସାର ଓ ୫୦ଫୁଟ୍‌ ଲମ୍ବର ବୋଇତ ବନ୍ଦାଣର ଦୃଶ୍ୟ। ମହାବିଦ୍ୟାଳୟର ଡିଜାଇନ୍‌ ବିଭାଗର ଅଧ୍ୟାପକ ବିଶ୍ୱକାନ୍ତ ପଣ୍ଡା ଓ ମାନସ ରଞ୍ଜନ ନାୟକଙ୍କ ତତ୍ତ୍ୱାବଧାନରେ ପାରମ୍ପରିକ ମୁରୁଜ ଶୈଳୀରେ ଅଙ୍କନ କରିଛନ୍ତି ଓଡ଼ିଶାର ଦୀର୍ଘତମ ମୁରୁଜ କଳା।

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ସୁମନ ଦାଶ, ବିଡିଏର ମୁଖ୍ୟ ଉଦ୍ୟାନକୃଷିବିତ୍‌ ଅଶୋକ କୁମାର ଧର, ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ, ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ, କାର୍ଯ୍ୟକାରୀ ସଭାପତି ପ୍ରଫେସର ଡ. ହୃଷିକେଶ ମିଶ୍ର, ବିଶିଷ୍ଟ ଚିତ୍ରଶିଳ୍ପୀ ଚିନ୍ତାମଣି ବିଶ୍ୱାଳ, ସମ୍ପାଦକ ମିହିରକାନ୍ତ ପ୍ରହରାଜ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଚିତ୍ର ବିଭାଗର ପ୍ରାଧ୍ୟାପକ ଡ.ଚକ୍ରଧର ବେହେରା, ଜ୍ୟୋତିର୍ବିଦ୍‌ ଶ୍ରୀପତି ଆଚାର୍ଯ୍ୟ, ପ୍ରଦୀପ ସାହୁ, ସସ୍ମିତା କାମିଳା ପ୍ରମୁଖ ଉପସ୍ଥିତ ରହି ଏହି ମୁରୁଜ କଳାର ଶୁଭ ଉଦ୍‌ଘାଟନ କରିଥିଲେ ଏବଂ ଛାତ୍ରମାନଙ୍କୁ ଏପରି ନୂଆ ସୃଜନଶୀଳ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଥିଲେ। ପାର୍କରେ ବହୁ ଦର୍ଶକ ଏହାକୁ ଦିନତମାମ ବୁଲି ଦେଖିଥିଲେ।

ସମ୍ବନ୍ଧିତ ଖବର