ହୋମଗାର୍ଡଙ୍କୁ ମିଳିବ ଉତ୍ତମ ପୋଷାକ

ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟରତ ହୋମଗାର୍ଡଙ୍କୁ ଉତ୍ତମ ମାନର ମାଟିଆ ପୋଷାକ ଯୋଗାଇ ଦିଆଯିବ। କେବଳ ପୋଷାକ ନୁହେଁ ଜୋତା ଓ କ୍ୟାପ୍‌ ମଧ୍ୟ ଯୋଗାଇ ଦିଆଯିବ। ଏବେ ହୋମଗାର୍ଡମାନଙ୍କୁ ଯେଉଁ ପୋଷାକ ମିଳୁଛି ସେଗୁଡ଼ିକ ପୁଲିସ ପୋଷାକଠାରୁ ଭିନ୍ନ। ଏଭଳି କ୍ଷେତ୍ରରେ ହୋମଗାର୍ଡମାନେ ପୁଲିସ ସହିତ ମିଶି କାମ କରୁଥିଲେ ମଧ୍ୟ ସେମାନଙ୍କ ପୋଷକ ସେମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିବାକୁ ବାଧ୍ୟ କରୁଥିଲା। ହୋମଗାର୍ଡ ଓ ପୁଲିସ ପୋଷାକରେ କୌଣସି ପ୍ରଭେଦ ନ ରଖିବାକୁ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର