ଭୁବନେଶ୍ବର : ରାଜଧାନୀର ବିଭିନ୍ନ ମଲ୍ର ପାର୍କିଂସ୍ଥଳୀ ଓ ଷ୍ଟାଡିୟମରେ ଡ୍ରାଇଭ୍-ଇନ୍ ଟିକା ଅଭିଯାନ ସଫଳ ହେବା ପରେ ଏହାକୁ ଆଉ ୬ଦିନ ପାଇଁ ବଢ଼ାଇବାକୁ ଏବେ ନିଷ୍ପତ୍ତି ନିଆଯାଇଛି। ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ପ୍ରତ୍ୟେକ ଦିନ ୫୦୦ଟି ସ୍ଲଟ୍ ଉପଲବ୍ଧ ହେବ। ୬ ଦିନରେ ୩ ହଜାର ଲୋକଙ୍କୁ ଟିକା ଦେବାକୁ ଯୋଜନା ଅଛି। ଏଥିରେ କେବଳ ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ଏସ୍ପ୍ଲାନେଡ୍ ମଲ୍, ସିମ୍ଫୋନି ମଲ୍, ଉତ୍କଳ ଗ୍ୟାଲେରିଆ ମଲ୍, ଡିଏନ୍ ରେଗାଲିଆ ମଲ୍ ଏବଂ କିଟ୍ ଷ୍ଟାଡିୟମ୍ରେ ଡ୍ରାଇଭ୍ ଇନ୍ ଟିକା କାର୍ଯ୍ୟକ୍ରମ ହେବ। ଲୋକମାନେ ଗାଡ଼ିରୁ ନ ଓହ୍ଲାଇ ଟିକା ନେଇ ପାରିବେ। ତେଣୁ ଏହାର ସଦୁପଯୋଗ କରିବାକୁ ବିଏମ୍ସି ପକ୍ଷରୁ କୁହାଯାଇଛି।
ଡ୍ରାଇଭ୍ ଇନ୍ ଟିକା ୨୨ ପର୍ଯ୍ୟନ୍ତ ଚାଲିବ
/sambad/media/post_attachments/wp-content/uploads/2021/05/Drive-in-vaccination-at-Esplanade-parking-2-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)