ଆରମ୍ଭ ହେଲା ଡ୍ରାଇଭ୍ ଇନ୍ ଟେଷ୍ଟିଂ

ଭୁବନେଶ୍ବର : ବୁଧବାରଠାରୁ ସହିଦନଗରସ୍ଥିତ ଭବାନୀ ମଲ୍‌ ପାର୍କିଂସ୍ଥଳୀରେ ଡ୍ରାଇଭ୍ ଇନ୍ ‌ଟେଷ୍ଟିଂ ଆରମ୍ଭ ହୋଇଛି। ଲୋକମାନେ ଗାଡ଼ିରେ ଆସି ସ୍ବାବ୍ ଦେଇଛନ୍ତି। ଏଥି‌ରେ ୯୨ଜଣ ଆରଟି-ପିସିଆର୍ ନମୁନା ଦେଇଥିବାବେଳେ ୩୮ଜଣ ଆଣ୍ଟି‌ଜେନ୍ ପରୀକ୍ଷା କରିଛନ୍ତି। ଆଜି ସକାଳେ ବିଏମ୍‌ସିର ବିଦାୟୀ କମିସନର ପ୍ରେମଚନ୍ଦ୍ର ଚୌଧରୀ, ଡେପୁଟି କମିସନର ଶୁଭେନ୍ଦୁ ସାହୁ, ଜୋନାଲ୍‌ ଡେପୁଟି କମିସନର ଅଂଶୁମାନ ରଥ ପ୍ରମୁଖ ସେଠାରେ ଉପସ୍ଥିତ ରହି ଟେଷ୍ଟିଂ ପ୍ରଣାଳୀ ତଦାରଖ କରିଥି‌ଲେ। ସେହିପରି ଆଜି ହୋଇଥିବା ଡ୍ରାଇଭ୍ ଇନ୍ ଟିକା ଅଭିଯାନରେ ଏସ୍‌ପ୍ଲାନେଡ୍‌ ୱାନ୍‌ ମଲ୍‌ରେ ୪୬୦ଜଣ, ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ୨୭୬ଜଣ, ଡିଏନ୍‌ ରେଗାଲିଆ ମଲ୍‌ରେ ୨୭୦ଜଣ, କିଟ୍‌ ଷ୍ଟାଡିୟମରେ ୨୮୦ଜଣ, ସିମ୍ଫୋନି ମଲ୍‌ରେ ୨୫୪ଜଣ ଟିକା ନେଇଥିଲେ।

ସମ୍ବନ୍ଧିତ ଖବର