ଦୁର୍ଘଟଣାରେ ଗୁରୁତର ଡ୍ରାଇଭରଙ୍କ ମୃତ୍ୟୁ

ବାଲିଅନ୍ତା : ଅନୁଗୁଳ ଜିଲ୍ଲା ସମଲ ଥାନା ଅଞ୍ଚଳରେ ଘଟିଥିବା ଏକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ଧଉଳି ଥାନା ଅଧୀନ ଲିଙ୍ଗିପୁର ସ୍ଥିତ ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ରମେଶ ଚନ୍ଦ୍ର ସାଠୁଆ(୨୯) ନାମକ ଜଣେ ଟ୍ରକ୍‌ ଚାଳକଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଧଉଳି ଥାନା ପୁଲିସ ଶବ ବ୍ୟବଚ୍ଛେଦ କରାଇ ଅପରାହ୍‌ଣରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଶୁକ୍ରବାର ପାଲଲହଡ଼ାଠାରେ ରମେଶ ଚଳାଉଥିବା ଗ୍ୟାସ ବୋଝେଇ ଟ୍ରକ୍‌ ସହିତ ଆଉ ଗୋଟିଏ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଘଟଣାସ୍ଥଳରେ ଜଣେ ଚାଳକଙ୍କ ମୃତ୍ୟୁ ହୋଇଯାଇଥିଲା। ହେଲେ ଦଶପଲା ଥାନା ଅଞ୍ଚଳର ଚାଳକ ରମେଶ ସେଠାରେ ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଧଉଳି ଥାନା ଅଧୀନରେ ଥିବା ଏହି ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର