କାର୍‌ ଭିତରେ ଚାଲିଗଲା ଚାଳକଙ୍କ ଜୀବନ

ଖଣ୍ଡଗିରି : ଆଜି ସଂଧ୍ୟାରେ ଗଣ୍ଡମୁଣ୍ଡା ତାରିଣୀ ବସ୍ତି ଅଞ୍ଚଳରେ କାର୍ ଭିତରେ ଚାଳକଙ୍କ ଜୀବନ ଯାଇଛି। ମୃତକ ହେଲେ ସେହି ବସ୍ତିର ସୁରେଶ କୁମାର ନାଏକ(୪୦)। ହୃଦ୍‌ଘାତ‌ରେ ସୁରେଶଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସୂଚନାନୁସାରେ, ସୁରେଶ ଜାଗମରା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କାର୍ ଚଳାଉଥିଲେ। ସବୁଦିନ ଭଳି ସେ ଆଜି ସଂଧ୍ୟା ପ୍ରାୟ ୭ଟାବେଳେ ମାଲିକଙ୍କୁ ଘରେ ଛାଡ଼ି କାର୍‌ ନେଇ ତାରିଣୀ ବସ୍ତି ସ୍ଥିତ ନିଜ ଘରକୁ ଯାଇଥିଲେ। କିନ୍ତୁ ରାତି ପ୍ରାୟ ସାଢ଼େ ୮ଟା ବେଳେ ବସ୍ତି ନିକଟରେ ଉକ୍ତ କାର୍ ରହିଥିବା ବେଳେ ଅନେକ ସମୟ ପର୍ଯ୍ୟନ୍ତ ସୁରେଶ କାର୍ ଭିତରୁ ବାହାରି ନ ଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଆସି କାର୍‌ ଭିତରେ ସୁରେଶଙ୍କୁ ସଂଜ୍ଞାହୀନ ଅବସ୍ଥାରେ ‌ବସିଥିବା ଦେଖିଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍‌ର ଡୋର୍ ଲକ୍ ଭାଙ୍ଗି ତାଙ୍କୁ ବାହାର କରିଥିଲେ। ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର